ଗଞ୍ଜାମ ପୋଲିସ ଜିଲ୍ଲା ପକ୍ଷରୁ ସ୍ବେଛାକୃତ ରକ୍ତଦାନ ଶିବିର : ନିଜେ ରକ୍ତ ଦେଇ ଶୁଭଆରମ୍ଭ କଲେ ଗଞ୍ଜାମ ଏସପି

ଛତ୍ରପୁର, ୦୨/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ଅବସର ରେ ଗଞ୍ଜାମ ପୋଲିସ ଜିଲ୍ଲା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ପୁରୁଣା ରିଜର୍ଭ କାର୍ଯ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର କୁ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ରିବନ କାଟି ଉଦଘାଟନ କରିବା ସହିତ ନିଜେ ପ୍ରଥମେ ରକ୍ତ ଦେଇ ଶୁଭଆରମ୍ଭ କରିଥିଲେ l ଏହା ସହିତ ସମସ୍ତଙ୍କୁ ରକ୍ତଦାନ ମହତ ଦାନ ସମ୍ବନ୍ଧରେ ବାର୍ତ୍ତା ଦେଇଥିଲେ l ଏହାପରେ ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଙ୍କ ସହିତ ରେ ୫୨ଜଣ ସ୍ବେଚ୍ଛାକୃତଭାବେ ରକ୍ତଦାନ କରିଥିଲେ। ପରେ ସେମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମ ରେ ଗଞ୍ଜାମ ପୋଲିସ ଜିଲ୍ଲାର ଅତିରିକ୍ତ ଏସପି ପ୍ରଶାନ୍ତ କୁମାର ଦାଶ, ଚିନ୍ମୟ କୁମାର ନାୟକ ଓ ସୀମା ସ୍ୱାଇଁ, ଗଞ୍ଜାମ ପୋଲିସ ହାବିଲଦାର ଓ କନଷ୍ଟେବଲ ସଂଘର ସଭାପତି ଗୌରାଚାନ୍ଦ ତ୍ରିପାଠୀ, ସମ୍ପାଦକ ସୁବାଷ ସେଠି, ରିଜର୍ଭ ଇନିସପେକ୍ଟର ବିକାଶ ଚନ୍ଦ୍ର ସେନାପତି, ବରିଷ୍ଠ ଅଧିକାରୀ ଏ. ରାବଣା ରାଓ ଙ୍କ ସମେତ ବହୁ ବରିଷ୍ଠ ଏବଂ କନିଷ୍ଟ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ରକ୍ତ ଭଣ୍ଡାରର କର୍ମଚାରୀ ମାନେ ଉପସ୍ଥିତ ରକ୍ତ ସଂଗ୍ରହ କରିବା ରେ ସହଯୋଗ କରିଥିଲେ ।