ଭଞ୍ଜନଗର ଥାନାରେ ଅଭ୍ୟର୍ଥନା କକ୍ଷ ଉଦଘାଟିତ

ଭଞ୍ଜନଗର ୦୨/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ଥାନା ପରିସରରେ ଗୁରୁବାର ଏକ ଅଭ୍ୟର୍ଥନା କକ୍ଷ ଲୋକାର୍ପିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର ଯୋଗଦେଇ ନବ ନିର୍ମିତ ଅଭ୍ୟର୍ଥନା କକ୍ଷ କୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିପାଶା ପାରୁଲ,ଭଞ୍ଜନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜନ କୁମାର ଦେ, ଏସଡିପିଓ ଡ.ଦୀପକ କୁମାର ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ଭଞ୍ଜନଗର ଥାନା ଅଧିକାରୀ ଜିବନାନନ୍ଦ ଜେନାଙ୍କ, ଏସଆଇ ସମୀର କୁମାର ସେଠି, ଲଷ୍ମୀଧର ମହାନ୍ତି, ଏଏସଆଈ ସତ୍ୟନାରାୟଣ ମଲ୍ଲିକ, ଶରତ ଚନ୍ଦ୍ର ପଣ୍ଡା, ରୁଦ୍ରପ୍ରତାପ କହଁର, ହାବିଲଦାର ଦିଲ୍ଲୀପ କୁମାର ରାଉତ ଙ୍କ
ସମେତ ସମସ୍ତ ଥାନା କର୍ମଚାରୀ ଉପସ୍ଥିତ ଥିଲେ।