
ଭୁବନେଶ୍ବର (ଅଭିମନ୍ୟୁ ମିଶ୍ର): ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବୁଧବାର ବଡ଼ ଧରଣର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଉପସ୍ଥିତିରେ ୪୦୦ରୁ ଅଧିକ ସମବାୟ ସମିତି, ରାଜ୍ୟ ତଥା ସମସ୍ତ ଜିଲ୍ଲାରେ କୋପରେଟିଭ ବ୍ୟାଙ୍କ ସଦସ୍ୟ ବିଜେପିରେ ସାମିଲ ହୋଇଛନ୍ତି ।
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବୁଧବାର ବଡ଼ ଧରଣର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ରାଜ୍ୟର ବିଭିନ୍ନ ସମବାୟ ସମିତିର ପଦପଦବୀରେ ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ଉତ୍ତରୀୟ ଏବଂ ବିଜେପି ଟୋପି ପିନ୍ଧାଇ ବିଜେପି ପରିବାରରେ ସାମିଲ କରିଛନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି,”ସମବାୟ ଆନ୍ଦୋଳନ ଓଡ଼ିଶାକୁ ସବୁ କ୍ଷେତ୍ରରେ ଆଗକୁ ନେବ । ଓଡ଼ିଶାର ସମସ୍ତ ସମବାୟ ସମିତି, କୋପରେଟିଭ ବ୍ୟାଙ୍କର ପଦପଦବୀରେ ଥିବା ବ୍ୟକ୍ତି ବିଜେପିରେ ସାମିଲ ହେବା ଯୋଗୁଁ ବିଜେପି ଅଧିକ ଶକ୍ତିଶାଳୀ ହୋଇଛି ।”
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଓଡ଼ିଶା ଷ୍ଟେଟ କୋଅପରେଟିଭ ବ୍ୟାଙ୍କ- ଓଏସ୍ସିବିର ଅଧ୍ୟକ୍ଷ ଟି.ପ୍ରସାଦ ରାଓ ଦୋରା, ଓଏସସିୟୁ ସଭାପତି ପ୍ରଭାସିନୀ ଷଡ଼ଙ୍ଗୀ, ଅର୍ବାନ ବ୍ୟାଙ୍କ ଫେଡେରେସନ ସଭାପତି ମହେନ୍ଦ୍ର କୁମାର ନାୟକ, ଓଡ଼ିଶା ମହିଳା ବିକାଶ ସମବାୟ ନିଗମ ଲିମିଟେଡ୍ ଅଧ୍ୟକ୍ଷା ସ୍ୱାଧୀନବାଳା ଦାସ, ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର, ଉତ୍କଳିକା ସଭାପତି ଶ୍ରୀମତୀ ଦେବସ୍ମିତା ସାହୁ, ଫିସଫେଡ୍ ଅଧକ୍ଷା ସସ୍ମିତା ରାଉତ, ଓପୋଲଫେଡ୍ ଅଧ୍ୟକ୍ଷ ଭୋଳେଶ୍ୱର ସ୍ୱାଇଁ, ଓମଫେଡ୍ ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀ, ଟିଡିସିସି ଅଧ୍ୟକ୍ଷ ଚମେଲି ଓରାମ, ଶ୍ରମ ଓ ନିର୍ମାଣ କୋଅପରେଟିଭ ଲିମିଟେଡ ଅଧ୍ୟକ୍ଷ ପ୍ରମୋଦ କୁମାର ସାମନ୍ତରାୟ ପ୍ରମୁଖଙ୍କ ବିଜେପିରେ ଯୋଗଦାନ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଲେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତି l ବିଜେପି ସରକାରରେ ସମବାୟ ଆନ୍ଦୋଳନ ଶକ୍ତିଶାଳୀ ହେଉଛି, ସାଧାରଣ ଲୋକ ଶକ୍ତିଶାଳୀ ହେଉଛନ୍ତି l
ଏହାବାଦ୍ ଅନୁଗୁଳ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ବିଭୁଦେନ୍ଦୁ ପଟ୍ଟନାୟକ, ଖୋର୍ଦ୍ଧା ସେଂଟ୍ରାଲ କୋଅପରେଟିଭ ବ୍ୟାଙ୍କର ଉପସଭାପତି ଜୟଶ୍ରୀ ଗଡ଼ନାୟକ, ବ୍ରହ୍ମପୁର କେନ୍ଦ୍ରୀୟ କୋଅପରେଟିଭ ବ୍ୟାଙ୍କ ସଭାପତି ଶିବରାମ ପାତ୍ର, ବୈାଦ୍ଧ କେନ୍ଦ୍ରୀୟ କୋଅପରେଟିଭ ବ୍ୟାଙ୍କ ସଭାପତି ଅରୁଣ ପ୍ରଧାନ, ଓଡ଼ିଶା ରାଜ୍ୟ ଗୃହନିର୍ମାଣ ସମବାୟ ସଂସ୍ଥାର ଅଧ୍ୟକ୍ଷ ରାଜେଶ ମହାନ୍ତି, ଭୁବନେଶ୍ୱର କୋଅପରେଟିଭ ସୁପର ବଜାରର ସଭାପତି ସସ୍ମିତା ମହାନ୍ତି, ସ୍ୱୟଂଶ୍ରୀ ମହିଳା ସମିତି ଅଧ୍ୟକ୍ଷା ପୂର୍ଣ୍ଣିମା ସିଂହ, ମହିଳା ବିକାଶ ସମବାୟ ନିଗମ ନିର୍ଦ୍ଦେଶକ କଲ୍ୟାଣୀ ସ୍ୱାଇଁ ପ୍ରମୁଖଙ୍କ ସମେତ ଓଏସ୍୍ସିବି, ଓପୋଲଫେଡ, ଓମଫେଡ, ଉତ୍କଳିକା, ବୟନିକା, ମହିଳା ବିକାଶ ସମବାୟ ନିଗମ, ରାଜ୍ୟ ସମବାୟ ସଂଘ, ସ୍ୱୟଂଶ୍ରୀ ମହିଳା ସମିତି, ଯାଜପୁର ହାଉସ ବିଲ୍ଡିଂ, କନକଦୁର୍ଗା ମହିଳା କୋଅପରେଟିଭ ସୋସାଇଟି, ଶ୍ରମ ଓ ନିର୍ମାଣ କୋଅପରେଟିଭ ଲିମିଟେଡ, ବ୍ରହ୍ମପୁର ସିସିବି, ବିଭିନ୍ନ କୃଷିଭିତିକ ସମବାୟ ସଂସ୍ଥାର ଶତାଧିକ ନିର୍ଦ୍ଦେଶକବୃନ୍ଦ ଏବଂ ସଦସ୍ୟମାନେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି ।
ସେହିପରି ଭୁବନେଶ୍ୱର କୋଅପରେଟିଭ ସୁପର ବଜାର, କ୍ୟାପଟାଲ କୋଅପରେଟିଭ ହାଉସିଂ ସଂସ୍ଥା, ରିଜିଓନାଲ କୋଅପରେଟିଭ ମାର୍କେଟିଂ ସୋସାଇଟିର ଶତାଧିକ ସଦସ୍ୟମାନେ ବିଜେପିରେ ଯୋଗଦାନ କରିଛନ୍ତି ।
ରାଜ୍ୟ ସଭାପତି ସାମଲ କହିଛନ୍ତି ଯେ, “ବିଜେପି ହେଉଛି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ । ଏହି ଦଳ ହେଉଛି ରାଷ୍ଟ୍ରବାଦୀ ବିଚାରାଧାରାର ଦଳ, ଏହା ହେଉଛି ଏକ କାର୍ଯ୍ୟକର୍ତ୍ତା ଆଧାରିତ ଦଳ । ଗତ ସାଧାରଣ ନିର୍ବାଚନ ସଂକଳ୍ପପତ୍ରରେ ବିଜେପି ଯାହାସବୁ ପ୍ରତିଶ୍ରୁତି ଦେଇଥିଲା ତାହା ସବୁ ପୂରଣ କରିଚାଲିଛି ।”
ଭାରତୀୟ ଜନତା ପାର୍ଟୀର ନୀତି ଓ ଆଦର୍ଶ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ମୋହନଚରଣ ମାଝୀଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ରାଜ୍ୟର ପ୍ରମୁଖ ସମବାୟବିତ୍ ଏବଂ ନେତୃବୃନ୍ଦ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ ସମସ୍ତଙ୍କୁ ଦଳୀୟ ଟୋପି ଓ ଉତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଛନ୍ତି ।