
ସୋରଡ଼ା ୦୩/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବଡଗଡ ଥାନା ବାଖରପଟା ଗ୍ରାମର ପୋଖରୀ ରେ ବୁଡି ବାଳକ ମୃତ ।ମୃତକ ବାଳକ ପ୍ରତ୍ୟୁଷ ଗୌଡ଼ – ( ୮ ) ବର୍ଷ । ସୂଚନା ମୁତାବକ ପ୍ରତ୍ୟୁଷ ଘରୁ ଗାଧେଇବାକୁ ଯିବି କହି ପୋଖରୀ କୁ ଯାଇଥିଲା ଗୋଡ଼ ଖସିଯିବାରୁ ପୋଖରୀ ରେ ବୁଡି ଯାଇଥିଲା । ପୋଖରୀ ରେ ଗଧାଉଥିବା କିଛି ଲୋକ ଦେଖି ପ୍ରତ୍ୟୁଷ କୁ ଉଦ୍ଧାର କରି ଆସିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ପ୍ରତ୍ୟୁଷ କୁ ମୃତ ଘୋଷଣା କରିଥିଲେ ।