
ଚୌଦ୍ୱାର (ଶିବବ୍ରତ ଦାସ ): କଟକ ଜିଲ୍ଲା ଅବକାରୀ ମୋବାଇଲ୍ ସ୍କ୍ଵାଡ୍ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ଅବକାରୀ ବିଭାଗର ସୂଚନା ଅନୁଯାୟୀ, କଟକ ସଦର ଥାନା ଅନ୍ତର୍ଗତ କୁଆଖାଇ ବ୍ରିଜ୍ ନିକଟସ୍ଥ କାଜିପାଟଣା ରୋଡ୍ରେ ଏହି ଚଢ଼ାଉ କରାଯାଇଥିଲା। ଏକ ଧଳା ରଙ୍ଗର ‘ଏର୍ଟିଗା’ କାର୍ରେ (ନମ୍ବର- OD26-C- 8166) ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ମୋବାଇଲ୍ ୟୁନିଟ୍ ଏହାକୁ ଅଟକାଇଥିଲେ।
ଉକ୍ତ ଗାଡ଼ିରୁ ୧୫ କେଜି ଗଂଜେଇ ଜବତ କରାଯାଇଥିଲା ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ସାଢେ ଏଗାର ଲକ୍ଷ ଟଙ୍କା ହେବ.ଗାଡ଼ିରୁ ଅମିତ ବେହେରା, ନରେଶ ଗଣ୍ଡା ନାମକ ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି.ଅଭିଯୁକ୍ତ ଦୁଇଜଣ କନ୍ଧମାଳ ଅଂଚଳର ବୋଲି ଜଣାପଡିଛି.ଅଭିଯୁକ୍ତମାନଙ୍କ ବିରୋଧରେ NDPS ଆକ୍ଟ ୧୯୮୫ର ଧାରା 20(b)ii(B) ଅନୁଯାୟୀ ମାମଲା (PR No: 8/2026-27) ରୁଜୁ କରାଯାଇଛି। ଏହି ଚଢ଼ାଉ ପାଇଁ
ଅବକାରୀ ଅଧୀକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶକ୍ରମେ, କଟକ ମୋବାଇଲ୍ ୟୁନିଟ୍ ଆଇଆଇସି (IIC) ଶ୍ରୀ ଭକ୍ତବତ୍ସଳ ବର୍ମାଙ୍କ ନେତୃତ୍ୱରେ ଏହି ଟିମ୍ ଗଠିତ ହୋଇଥିଲା। ଏହି ଦଳରେ ଏସ.ଆଇ ଅକ୍ଷୟ କୁମାର ଜେନା, ଏଏସଆଇ ଜୟପ୍ରକାଶ ବେହୁରିଆ ଏବଂ ଅନ୍ୟ କନଷ୍ଟେବଳମାନେ ସାମିଲ ଥିଲେ।