
ଭଞ୍ଜନଗର :୦୮/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଐତିହାସିକ ଠାକୁରାଣୀ ଯାତ୍ରା ନିମନ୍ତେ ଯାତ୍ରା ପରିଚାଳନା କମିଟି କାର୍ଯାଳୟ ଠାରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ଅଧକ୍ଷତାରେ ମା ଙ୍କ ଆଗମନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। କୁଲାଡ଼ ଠାରୁ ଭଞ୍ଜନଗର ପର୍ଯ୍ୟନ୍ତ ମା ବ୍ୟାଘ୍ରଦେବି ଙ୍କ ଆଗମନ ଏବଂ ଭଞ୍ଜନଗର କୟାଁ ବ୍ୟାଘ୍ରଦେବୀ ପୀଠରୁ ମା ଙ୍କୁ ଭବ୍ୟ ସ୍ୱାଗତ ପାଇଁ ବୈଠକ ରେ ବିସ୍ତୃତ ଆଲୋଚନା ହୋଇଥିଲା । ସ୍ଥାନୀୟ କଳାକାର ଏବଂ ଆଞ୍ଚଳିକ ସାଂସ୍କୃତିକ ଅନୁଷ୍ଠାନ ମାନଙ୍କ ଦ୍ୱାରା ବିଭିନ୍ନ ପଟୁଆର ଯଥା ସଂକୀର୍ତ୍ତନ, କାଠି ନୃତ୍ୟ, ଢୋଲ, ଦୁଲୁଦୁଲି ହେବା ଶହ ଯାତ୍ରାର ଶୋଭା ବର୍ଦ୍ଧନ ପାଇଁ ବାହ୍ୟ ଜିଲ୍ଲା ଏବଂ ଅନ୍ୟ ରାଜ୍ୟ ମାନଙ୍କରେ ଥିବା ଅନେକ ପ୍ରସିଦ୍ଧ ଲୋକ କଳାକୁ ସାମିଲ କରାଯିବାପାଇଁ ନିଷ୍ପତି ହୋଇଛି। ଏଥିସହ ବିଭିନ୍ନ ଆଲୋକ ବାଣ, ଶବ୍ଦ ରଞ୍ଜିତ ବାଣ ଆଲୋକୀକରଣ ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଭକ୍ତ ମାନଙ୍କ ପାଇଁ ପାର୍କିଙ୍ଗ, ପାନୀୟ ଜଳ, ପରିମଳ ବ୍ୟବସ୍ଥା, ସୁଚାରୁ ରୂପେ ଦର୍ଶନ ଉପରେ ଆଲୋଚନା ସହ ମା ଙ୍କ ଆଗମନ ଓ ପୀଠକୁ ଗମନ ପାଇଁ ସମୟରେ ନିର୍ଦ୍ଧାରିତ ହୋଇଥିଲା ।