୧୫ ଦିନ ରହିବା ପରେ ଆଜି ଚୌଦ୍ୱାର ଜେଲ ରୁ ମୁକୁଳିଛନ୍ତି ୧୩ ଚାଷୀ

ଚୌଦ୍ୱାର (ଶିବବ୍ରତ ଦାସ )ଚାଷୀଙ୍କ ବିଭିନ୍ନ ଦାବୀ ନେଇ ନବ ନିର୍ମାଣ କୃଷକ ସଂଗଠନ ତରଫରୁ କେଉଁଝର ରୁ ଭୁବନେଶ୍ୱର ପଦଯାତ୍ରା ଯାଉଥିବା ସମୟରେ ଗତ ୩୦ ତାରିଖ ଦିନ କଟକ ଫୁଲନଖରା ପାଖ ରୁ ୧୩ ଜଣ କୃଷକ ସଂଗଠନ ର କର୍ମକର୍ତା ମାନଂକୁ ଗିରଫ କରି ଜେଲ ପଠାଇଥିଲା ପୁଲିସ l ଦୀର୍ଘ ୧୫ ଦିନ ରହିବା ପରେ ଆଜି ଚୌଦ୍ୱାର ଜେଲ ରୁ ମୁକୁଳିଛନ୍ତି ୧୩ ଚାଷୀ l ବାହାରିବା ପରେ ଚାଷୀଙ୍କୁ ନବ ନିର୍ମାଣ କୃଷକ ସଂଗଠନ ତରଫରୁ ପୁଷ୍ପଗୁଚ୍ଛ ଏବଂ ପାରମ୍ପରିକ ବାଜା ବଜାଇ ତାଙ୍କୁ ଶୋଭାଯାତ୍ରା ରେ ନିଆଯାଇଥିଲା l ନବ ନିର୍ମାଣ କୃଷକ ସଂଗଠନ ତରଫରୁ ପ୍ରାଇସ ପ୍ରେସଟିଜ ଓ ପେନସନ କୁ ନେଇ ଦୀର୍ଘ ୧୬ ବର୍ଷ ହେବ ଆନ୍ଦୋଳନ ଚାଲୁରହିଛି l ଶାନ୍ତି ପୂର୍ଣ୍ଣ ଶୃଙ୍ଖଳିତ ପଦଯାତ୍ରା ଆନ୍ଦୋଳନ କୁ ଡବଲ ଇଂଜିନ ସରକାର ଯେଉଁଭଳି ଭାବେ ଗିରଫ ଦାରି କଲା ଏହା ଗଣତନ୍ତ୍ର ଓ ସମ୍ବିଧାନ ପ୍ରତି କଠୋର ଆଘାତ l ଚାଷୀ ଆନ୍ଦୋଳନ କୁ ଯେତେ ଦବେଇବାକୁ ଚେଷ୍ଟା କଲେ ମଧ୍ୟ ତାହା ଆଗାମୀ ଦିନରେ ଆହୁରି ତୀବ୍ରତର ହେବ ବୋଲି ଚାଷୀ ମାନେ ଗଣ ମାଧ୍ୟମରେ ପ୍ରକାଶ କରିଛନ୍ତି l ଜେଲରୁ ବାହାରିବା ସମୟରେ ନବ ନିର୍ମାଣ କୃଷକ ସଂଗଠନ ରାଷ୍ଟୀୟ ସଂଯୋଜକ ଅକ୍ଷୟ କୁମାର ଭୂୟାଁ ,ଶେଷଦେବ ନନ୍ଦ, ଉତ୍ତରପ୍ରଦେଶ ସଂଯୋଜକ
ଅରବିନ୍ଦ ମୂର୍ତ୍ତି,ଝାଡ଼ଖଣ୍ଡ ସଂଯୋଜକ ବିଜୟ ସିଂ,ଢେଙ୍କାନାଳ ଜିଲ୍ଲା ପ୍ରଭାରୀ ଅଶ୍ୱିନୀ ଜେନା ,ଗଜପତି ଜିଲ୍ଲା ପ୍ରଭାରୀ ରଞ୍ଜିତ ପଟ୍ଟନାୟvକ , ଜିନେଶ ଦାସ ମୟୁରଭଞ୍ଜ ପ୍ରଭାରୀ ଜିନେଶ ଦାସ ଙ୍କ ସମେତ ନବ ନିର୍ମାଣ କୃଷକ ସଂଗଠନ ର ଚାଷୀ ମାନେ ଉପସ୍ଥିତ ଥିଲେ l