
ଯାଜପୁର (ଅଭିମନ୍ୟୁ ମିଶ୍ର, ଜିଲ୍ଲା ପ୍ରତିନିଧି, ଓଡିଶା ଟୁଡେ): ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ର ନିର୍ଦେଶନାମା ବଳରେ ନୂତନ ଶିଶୁମଙ୍ଗଳ କମିଟି, ଯାଜପୁର ପୁନଃଗଠିତ ହୋଇ କାର୍ଯ୍ୟରମ୍ଭ କରିଛି. ନୂତନ ଶିଶୁ ମଙ୍ଗଳ କମିଟିରେ ଅଧକ୍ଷ ଭାବେ ଦିବ୍ୟଭୂଷଣ ମହାନ୍ତି ସରକାର ଙ୍କ ଦ୍ୱାରା ନିଯୁକ୍ତ ହୋଇଥିବାବେଳେ ଆଇନଜୀବୀ ସୂର୍ଯ୍ୟନାରାୟଣ ମିଶ୍ର, ରୀତା ବେହେରା, ଲଷ୍ମୀନାରାୟଣ ସାହୁ ଓ ଗୀତାଞ୍ଜଳି ଧଳ ସଦସ୍ୟରୂପେ ଯୋଗଦେଇଛନ୍ତି। ପୁରୁଣା ଶିଶୁ ମଙ୍ଗଳ କମିଟି ନିକଟରୁ ଦାୟିତ୍ୱ ଗ୍ରହଣପରେ, ଅଧକ୍ଷ ଓ ସଦସ୍ୟମାନେ ଜିଲ୍ଲାପାଳ ଅମ୍ବର କୁମାର କର ଓ ଅତିରିକ୍ତ ଜିଲ୍ଳାପାଳ ଯୁଧିଷ୍ଠିର ନାଏକ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିବା ସହ ଜିଲ୍ଲାରେ ଶିଶୁ ମାନଙ୍କ ସୁରକ୍ଷା ଥଇଥାନ ଓ ଭିତ୍ତିଭୂମି ଉପରେ ଆଲୋଚନା କରିଥିଲେ। ଆଗାମୀ ତିନି ବର୍ଷ ମଧ୍ୟରେ ଯାଜପୁର ଜିଲ୍ଲାରେ ଅସୁବିଧାଜନକ ସ୍ଥିତି ଥିବା ପିଲାମାନଙ୍କ ପାଇଁ ଏକ ସୁରକ୍ଷାର ବଳୟ ସୃଷ୍ଟି ପାଇଁ ସମସ୍ତ ପ୍ରଚେଷ୍ଟା ଜାରୀ ରହିବ ବୋଲି ଆଶା ପୋଷଣ କରିଛନ୍ତି ।ଏକ୍ଷେତ୍ରରେ ଶିଶୁ ମଙ୍ଗଳ କମିଟି ଜିଲ୍ଲା ସ୍ତରୀୟ ଅଧିକାରୀ, ସ୍ୱତନ୍ତ୍ର କିଶୋର ପୋଲିସ ୟୁନିଟ, ସ୍ବେଛାସେବୀ ସଂଗଠନ ର ସହଯୋଗ ଲୋଡ଼ିବ। ଜିଲ୍ଲାରେ କିଶୋର ନ୍ୟାୟ ଅଧିନୀନିୟମ ର କାର୍ଯ୍ୟକାରିତା ଉପରେ ନୂତନ କମିଟି ଗୁରୁତ୍ୱ ଦେବ। ଦାଇତ୍ୱ ଗ୍ରହଣ ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଅଧିକାରୀ ତପନ କୁମାର ପାତ୍ର, ଅର୍ଚ୍ଚନା କୁମାରୀ ସାମନ୍ତ ଓ କାଳିପ୍ରସାଦ ସାହୁ ଉପସ୍ଥିତ ରହିଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ନୂତନ କମିଟିର କାଯ୍ୟାଭାର ଗ୍ରହଣ ପାଇଁ ଆବଶ୍ୟକ ପ୍ରଶାସନିକ ଧାରା କୁ ବ୍ୟବସ୍ଥିତ କରିଥିଲେ ।