ବ୍ଲକ ରେ ଜିଲ୍ଲାପାଳଙ୍କ ଜନ ଶୁଣାଣୀ, ତହସିଲଦାର ମାନୁନାହାନ୍ତି କୋର୍ଟଙ୍କ ଆଦେଶ

ଚୌଦ୍ୱାର ( ଶିବବ୍ରତ ଦାସ) ଟାଙ୍ଗୀ ଚୌଦ୍ୱାର ବ୍ଲକ ରେ କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ସିନ୍ଧେ ଙ୍କ ଉପସ୍ଥିତି ରେ ଆଜି ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଜନଶୁଣାଣୀ କାର୍ଯ୍ୟକ୍ରମ ରେ ପ୍ରାୟ ୮୭ ଗୋଟି ଅଭିଯୋଗ ଆସିଥିବା ବେଳେ ପ୍ରାୟତଃ ଖୁବ କମ ସମୟ ମଧ୍ୟରେ କିପରି ଭାବେ ଗ୍ରାମାଞ୍ଚଳ ରେ ଆଲୋକୀକରଣ ଓ ପାନୀୟ ଜଳ ସୁବିଧା ଯୋଗାଇ ଦିଆଯିବ ତାହା ମତ ରଖୁଥିଲେ ଜିଲ୍ଲାପାଳ l ଅନ୍ୟ ପକ୍ଷ ରେ ବାଣୀପଦା ଠାରେ ରେ ଆଲୋକୀକରଣ ଓ ବେଆଇନି ଇଡ଼କୋ ଜମି ଦଖଲ ଏବଂ କୋଟସାହି ରେ ପାନୀୟ ଜଳ ଓ କଲ୍ୟାଣମଣ୍ଡପ ପାଇଁ ଆଗକୁ ଆସିଲେ ମତ ରଖିଥିଲେ ସ୍ଥାନୀୟ ସରପଞ୍ଚ l ଏହା ସହିତ କାଞ୍ଜିଆ ଗ୍ରାମ ରେ ଥିବା ଜଙ୍ଗଲ ଜମି ଗୁଡିକୁ କିଛି ଜମି ମାଫିଆ ତାଙ୍କ ଅଧୀନ ରେ ରଖିଥିଲା ବେଳେ ବାରମ୍ବାର ଗ୍ରାମବାସୀ ମାନେ ଜନଶୁଣାଣୀ ରେ ଅଭିଯୋଗ ପରେ ମଧ୍ୟ ଏହାର ସମାଧାନ ହୋଇପାରିନାହିଁ ବୋଲି ମତ ରଖିଛନ୍ତି ଗ୍ରାମବାସୀମାନେ l ଏବଂ ଅନ୍ୟ ପକ୍ଷ ରେ ଆଜିର ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ତହସିଲଦାର ଅନୁପସ୍ଥିତ ଥିବାରୁ ତାଙ୍କ ଜ୍ଞାତ ତଥା ମିଲିଭଗତ ରେ ଜମି ମାଫିଆ ମାନେ ଜବରଦଖଲ କରିଛନ୍ତି ବୋଲି ଗ୍ରାମବାସୀ ମାନେ ଗଣ ମାଧ୍ୟମରେ ପ୍ରକାଶ କରିବା ସହିତ ଆଗାମୀ ଦିନରେ ଆନ୍ଦୋଳନ ଚେତାବନୀ ଦେଇଥିବାର ଜଣା ପଡିଛି l