
ଭଞ୍ଜନଗର :୨୮/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ପର୍ବତ ଶିଖରରେ ଭଞ୍ଜ ରାଜବଂଶ ଦ୍ୱାରା ଅଧିଷ୍ଠିତ ଦେବି ମା ଉପର ବ୍ୟାଘ୍ରଦେବୀ ଙ୍କ ଭବ୍ୟ ଯାତ୍ରା କୁଲାଡ଼ ରତ୍ନେଶ୍ୱର ସାହିରେ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ ୨୦ ବର୍ଷ ହେବ ମା ଉପର ବ୍ୟାଘ୍ରଦେବୀଙ୍କୁ ଗ୍ରାମକୁ ବିରାଟ ପଟୁଆରରେ ଅଣାଯାଏ. ଏକ ଅସ୍ଥାୟୀ ମଣ୍ଡପରେ ସୁସଜିତ କରି ମାଙ୍କୁ ଆସନ ଦିଆଯାଏ। ପ୍ରତିଦିନ ମାଙ୍କୁ ଅନ୍ନ ଭୋଗ ଲାଗିବା ସହ ଢୋଲ ଘଣ୍ଟ ଝାଞ୍ଜ ନାଦରେ ସନ୍ଧ୍ୟା ଆରତୀ ହୋଇଥାଏ। ପ୍ରାୟ ୧୦ ଦିନର ଏହି ଯାତ୍ରାରେ ପ୍ରତିଦିନ ମାଙ୍କୁ ବିମନରେ ବସାଇ ବିଭିନ୍ନ ସୁନ୍ଦର ସୁନ୍ଦର ପଟୁଆରରେ କରି ବାଣ ଫୁଟେଇ ନଗର ଭ୍ରମଣ ଜରାଯାଇଥାଏ। ଏହି ଯାତ୍ରା ସମୟରେ କୁଲାଡ଼ ଗ୍ରାମରେ ଭାବାବେଗ ପରିବେଶ ହୋଇଯାଇଥାଏ। ଯାତ୍ରାର ପରିସମାପ୍ତି ଦିନ ଅଖଣ୍ଡ ଅନ୍ନଯଜ୍ଞ ସହ ନାଟକ ପରିବେଷଣ ହୋଇଥାଏ। ଚଳିତ ବର୍ଷ ମଧ୍ୟ ବହୁ ଯାକଜାମକରେ ଯାତ୍ରା ପାଳିତ ହୋଇଯାଇଥିବା ଗ୍ରାମବାସୀ କହିଛନ୍ତ ବିଶ୍ରାମ ଦିନ ରାମାୟଣ ନାଟକ ପରିବେଷଣ ହୋଇଥିଲା ପ୍ରଶାସନ ପକ୍ଷରୁ ସବୁପ୍ରକାରର ସୁବିଧା ସୁଯଗ ଯୋଗାଇ ଦେଇଥିବାରୁ କମିଟି ପକ୍ଷରୁ ଧନ୍ୟବାଦ ଅର୍ପଣ କରିଛନ୍ତି।