ପଶ୍ଚିମବଙ୍ଗରେ ବିଜେପିର ବାଜିମାତ,ଭଞ୍ଜନଗରରେ ଉତ୍ସାହ

ଭଞ୍ଜନଗର ୦୪/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ପଶ୍ଚିମବଙ୍ଗରେ ୧୫ବର୍ଷର ତୃଣମୂଳ କଂଗ୍ରେସକୁ ପରାଜିତ କରି ବିଜୟ ହାସଲ କରିଛି ଭାରତୀୟ ଜନତା ପାର୍ଟି। ଦୀର୍ଘଦିନର ସରକାର ଉପରେ ଭରସା ତୁଟାଇ ନୂତନ ସର୍କାର ଗଠନ କରିବାକୁ ମନସ୍ତ କରିଥିବା ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତର ଅଧିକାଂଶ ରାଜ୍ୟ ବର୍ତମାନ ବିଜେପି ଅଧୀନରେ ରହିଥିବା ବେଳେ ଗତ ଓଡିଶା ନିର୍ବାଚନରେ ମଧ୍ୟ ୨୪ ବର୍ଷର ବିଜେଡି ସର୍କାରକୁ ହରାଇ ବିଜେପି ସରକାର ଗଠନ କରିଛି। ସେହିଭଳି ଆଜି ଆଉ ଏକ ରାଜ୍ୟ ବିଜେପି ଅଧୀନକୁ ଆସିଥିବାରୁ ସାରା ଦେଶରେ ଆଜି ବିଜେପି କର୍ମୀ ମାନଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି। ଭଞ୍ଜନଗରରେ ମଧ୍ୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ତତ୍ୱାବଧାନରେ ବିଜେପି ସମର୍ଥିତ କର୍ମୀ ମାନେ ଏକତ୍ରିତ ହୋଇ ବାଣ ଫୁଟାଇ ବିଜେପି ଜିନ୍ଦାବାଦ ଜୟଗାନ ଦେଇ ଉତ୍ସବ ପାଳନ କରିଥିଲେ। ବିଶେଷ ଆକର୍ଷଣ ରହିଥିଲା କି କର୍ମୀମାନେ ପ୍ରଧାନମନ୍ତ୍ରୀଙ୍କ ଝାଲମୁଢି କିଣି ଖାଇବା କୌତୁହଳରେ ସମସ୍ତ କର୍ମୀ ଝାଲମୁଢି ଲୋକମାନଙ୍କୁ ବଣ୍ଟନ କରିଥିଲେ। ବିଜୟ ଉତ୍ସବରେ ଭଞ୍ଜନଗର ବ୍ଲକର ସମସ୍ତ ଗ୍ରାମଞ୍ଚାୟତର କର୍ମୀମାନେ ଏକତ୍ରିତ ହୋଇ ମିଠା ବଣ୍ଟନ କରିଥିଲେ। ସମସ୍ତ ସରପଞ୍ଚ ଙ୍କ ସହିତ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ପ୍ରସାଦ ପ୍ରଧାନ, ସନ୍ତୋଷ କୁମାର ତିଆଡ଼ି, ସୁଧୀର ରଞ୍ଜନ ବେହେରା, ଧୀରେସ ମହାନ୍ତି, ପ୍ରେମାନନ୍ଦ ତ୍ରିପାଠୀ,ସୁବାସ ବରାଡ଼,ଲଷ୍ମୀ ପଣ୍ଡା,ସତୀଶ ଗୌଡ଼ ପ୍ରମୁଖ ଉପସ୍ଥିତ ରହିଥିଲେ।