
ଭୁବନେଶ୍ୱର : ଟ୍ରାଫିକ୍ ସିଗନାଲରେ ମ୍ୟୁଜିକ୍ ମଜା । ଭିଡ଼ ଭିତରେ ଟ୍ରାଫିକ ସିଗ୍ନାଲରେ ବାଜୁଛି ସୁମଧୁର ଧୁନ୍ । ଖରା କି ବର୍ଷା ଟ୍ରାଫିକ ପୋଷ୍ଟରେ ମଜା ନେଉଛନ୍ତି ଲୋକ । ଭୁବନେଶ୍ୱରର ବିଭିନ୍ନ ଟ୍ରାଫିକ ସିଗ୍ନାଲ ରେ ବାଜୁଛି ମ୍ୟୁଜିକ। ଟ୍ରାଫିକ ଭିଡ଼ରେ ଥିବା ଲୋକଙ୍କୁ ଟିକେ ହାଲକା ହେବାକୁ ଏଭଳି ବ୍ୟବସ୍ଥା କରାଯାଇଛି। ଟ୍ରାଫିକ୍ ରେ ଆରମ୍ଭ କରି ମ୍ୟୁଜିକ ରିଫ୍ରେସମେଣ୍ଟ ସିଷ୍ଟମ ।ଏହା ସହ କଣ୍ଟ୍ରୋଲ ରୁମରୁ ଭିଡ଼ ପରିଚାଳନା ହେଉଛି । ଭୁବନେଶ୍ୱରର ୩୨ଟି ଜନଗହଳିପୂର୍ଣ୍ଣ ସିଗ୍ନାଲରେ ଏଭଳି ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ରହିଛି। କଣ୍ଟ୍ରୋଲ ରୁମରୁ ଅପରେଟ୍ ବେଳେ ଅମାନିଆଙ୍କ ହରକତ ମଧ୍ୟ ସାମ୍ନାକୁ ଆସୁଛି । ଟ୍ରାଫିକ କ୍ୟାମେରା ଓ ଫାଇନରୁ ବର୍ତ୍ତିବାକୁ ନମ୍ବର ପ୍ଲେଟ ଟାମ୍ପର କରି ବୁଲୁଛନ୍ତି ଅମାନିଆ । ସେମାନଙ୍କୁ ସାବାଡ଼ କରାଯିବ । ଅମନିଆଙ୍କୁ ଧରିବାକୁ କଣ୍ଟ୍ରୋଲ ରୁମ୍ ରୁ ହେବ ଅପରେସନ୍। କଣ୍ଟ୍ରୋଲ ରୁମରୁ ଦେଖି ଛକ ଗୁଡ଼ିକରେ ପୋଲିସ ସ୍ପେଶାଲ ଡ୍ରାଇଭ୍ କରି ସେମାନଙ୍କ ଉପରେ ନଜର ରଖୁଛି ।