ପିଟି ପିଟି ଜିଆଦକୁ ମାରିଦେଲେ

ସୋରଡ଼ା ୦୯/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ଅଧୀନ ଖପରାଗଣ୍ଡା ଗାଁ ନିକଟରେ ଏକ ବଡ଼ ଜିଆଦ କୁ ପିଟି ପିଟି ମାରିଦେଇ ଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ଗ୍ରାମ ନିକଟ ଜଙ୍ଗଲରେ ଅଧିକାଂଶ ସମୟରେ ଜି ଚଳପ୍ରଚଳ ହୋଇ ଥାନ୍ତି ।ଆଜି ସକାଳ ସମୟରେ ଗୋଟିଏ ଜିଆଦ ଗାଁ ନିକଟରେ ଥିବା ଚାଉଳ ମିଲ୍ ନିକଟକୁ ଚାଲି ଆସିଥିଲା ।କିଛି ଅସାଧୁ ଲୋକେ ମାଂସ ଖାଇବା ଆଶାରେ ଜିଆଦଟିକୁ ଗୋଡ଼ାଇ ପିଟି ପିଟି ମାରି ଦେଇଛନ୍ତି । ଖବର ବନ ବିଭାଗ ପାଖରେ ପହଞ୍ଚି ଯିବା ପରେ ମୃତ ଜିଆଦ କୁ ଛାଡି ଫେରାର ହୋଇଯାଇଥିଲେ ଅସାଧୁ ଶ୍ରେଣୀର ଲୋକେ ।ଖବର ପାଇ ଘଟଣା ସ୍ଥଳରେ ଏସ ସିଫ, ସେଣ୍ଟ୍ରାଲ ରେଞ୍ଜର ଓ ସୋରଡ଼ା ବନ ବିଭାଗ ର କର୍ମଚାରୀ ମାନେ ପହଞ୍ଚି ମୃତ ଜିଆଦ କୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପ୍ରାଣୀ ଚିକିତ୍ସାଳୟ କୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ବନ ବିଭାଗ।