
ଚୌଦ୍ୱାର (ଶିବବ୍ରତ ଦାସ )ରାଜ୍ୟ ରାଜନୀତିରେ ଏବେ ଚୌଦ୍ଵାର-କଟକ ନିର୍ବାଚନ ମଣ୍ଡଳୀକୁ ନେଇ ବେଶ୍ ଚର୍ଚ୍ଚା ଜୋର ଧରିଛି। ରାଜନୀତିର ଚାଣକ୍ୟ ଭାବେ ପରିଚିତ ପ୍ରାକ୍ତନ ବିଧାୟକ ପ୍ରଭାତ ବିଶ୍ୱାଳ ବର୍ତ୍ତମାନ କୌଣସି ଦଳରେ ସକ୍ରିୟ ନ ଥାଇ ମଧ୍ୟ ସାଧାରଣ ଲୋକଙ୍କ ସୁଖ-ଦୁଃଖରେ ସାମିଲ ହୋଇ ସହଯୋଗର ହାତ ବଢାଇ ଚାଲିଥିବା ଦେଖିବାକୁ ମିଳୁଛି।
ସମ୍ପ୍ରତି କର୍ମୀ ଓ ସମର୍ଥକଙ୍କୁ ନେଇ ହୋଇଥିବା ଶକ୍ତି ପ୍ରଦର୍ଶନ ଚୌଦ୍ଵାର-କଟକ ରାଜନୀତିକୁ ଆହୁରି ସରଗରମ କରିଦେଇଛି। ବିପୁଳ ସଂଖ୍ୟାରେ ଲୋକଙ୍କ ଯୋଗଦାନକୁ ନେଇ ରାଜନୈତିକ ମହଳରେ ନାନା ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ, କିଛି ହାତଗଣତି ବିରୋଧୀ ଏହାକୁ ସହ୍ୟ କରିପାରୁ ନଥିବା ଚର୍ଚ୍ଚା ହେଉଛି।
ଅନ୍ୟପଟେ ବିପକ୍ଷ ଶିବିରରେ ମଧ୍ୟ ଏହି ଘଟଣାକୁ ନେଇ ଅସ୍ଥିରତା ଦେଖାଦେଇଥିବା କୁହାଯାଉଛି। ସମର୍ଥକଙ୍କ କହିବା ଅନୁସାରେ, ଯଦି ପ୍ରଭାତ ବିଶ୍ୱାଳଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ଭଲପାଇବା ନଥାନ୍ତା, ତେବେ ଛୋଟ ଛୋଟ କାର୍ଯ୍ୟକ୍ରମରେ ମଧ୍ୟ ଏତେ ସଂଖ୍ୟାରେ ଲୋକଙ୍କ ସ୍ୱତଃସ୍ଫୁର୍ତ୍ତ ଯୋଗଦାନ ସମ୍ଭବ ହେଉ ନଥାନ୍ତା।ତେବେ ପ୍ରଶ୍ନ ଉଠୁଛି, କାହାର ଇସାରାରେ ଜନପ୍ରିୟ ପ୍ରାକ୍ତନ ବିଧାୟକଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି? ଚୌଦ୍ଵାର-କଟକ ରାଜନୀତିର ଏହି ନୂଆ ସମୀକରଣ ଆଗାମୀ ଦିନରେ କେଉଁ ମୋଡ଼ ନେବ, ତାହାକୁ ନେଇ ଏବେ ସମସ୍ତଙ୍କ ନଜର ରହିଛି।