
ଭଞ୍ଜନଗର -୧୪/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗରରେ ଐତିହାସିକ ଠାକୁରାଣୀ ଯାତ୍ରା ଆଜିକୁ ୧୮ ଦିନ ଚାଲିଥିବା ବେଳେ ସହର ବଜାରରେ ବେଶ ଭିଡ଼ ପରିଲିକ୍ଷିତ ହେବାର ଦେଖା ଦେଇଛି। ଇତି ମଧ୍ୟରେ ଆଉ ମାତ୍ର ଗୋଟିଏ ଦିନ ପରେ ସାବିତ୍ରୀ ଅମାବାସ୍ୟା ପର୍ବ ପଡ଼ୁ ଥିବାରୁ ବଜାରରେ ଆହୁରି ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ବିଶେଷ କରି ଆମ୍ବ, ପଣସ, ତାଳ, କଦଳୀ, ସପୁରି ଇତ୍ୟାଦି ଫଳ ଦୋକାନରେ ବିଶେଷ ଭିଡ଼ ଜମୁ ଥିବାର ଦେଖାଦେଇଛି। ସାବିତ୍ରୀମାନଙ୍କ ପାଇଁ ସତ୍ୟବାନମାନେ ବଜାରର ବିଭିନ୍ନ ଦୋକାନ ବୁଲି ପୂଜା ସାମଗ୍ରୀ ସଂଗ୍ରହ କରୁଥିବାର ଦେଖାଦେଇଛି। ଫଳ ବଜାରରେ ଆକାଶ ଛୁଆଁ ଦର ସତ୍ୟବାନ ପକେଟ ଶୂନ୍ୟ କରି ଦେଉଛି। ଭିଡ଼ ନିୟନ୍ତ୍ରଣ ପାଇଁ ଭଞ୍ଜନଗର ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ଥାନାଧିକାରୀ ଜୀବନାନନ୍ଦ ଜେନା କହିଛନ୍ତି।