ବ୍ୟାଙ୍କ ମିତ୍ର ଙ୍କ ଜାଲିଆତି ଘଟଣା, ଖବର ପ୍ରସାରଣପରେ ପଇଠ କଲେ ୭ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କା, ବିଡ଼ିଓ ଙ୍କ ଚିଠି କୁ ଫୁ କରି ଉଡେଇ ଦେଲେ ପଞ୍ଚାୟତ ମିଶନ ଶକ୍ତି ସଭାପତି , ଅଧିକାରୀ ଙ୍କ କୋହଳ ମନ ଭାବ କୁ ନେଇ ଉଠିଲା ପ୍ରଶ୍ନ

ଚୌଦ୍ୱାର (ଶିବବ୍ରତ ଦାସ )ରାଜ୍ୟରେ ଏବେ ଟାଙ୍ଗୀ ଚୌଦ୍ବାର ବ୍ଲକ ଚର୍ଚ୍ଚା ରହିଛି। କେତେ ବେଳେ ଜନ ସାଧାରଣ ମାନଙ୍କ ସଠିକ କାର୍ଯ୍ୟ ନକରି ନେତା ଙ୍କ ଆକ୍ରୋଶ ଶିକାର ହେଉଛନ୍ତି ତ ଆଉ କେତେବେଳେ ଫାଇଲ ହଜେଇ । ତେବେ ଆରି ଭିତରେ ଉକ୍ତ ଉକ୍ତ ବ୍ଲକର ଜରିପଡା ପଞ୍ଚାୟତ ବ୍ୟାଙ୍କ ମିତ୍ର ସୀମା ରାଣୀ ରାୟ ଚଞ୍ଚକତା କରି ଟେଷ୍ଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ରୁ ୧୦ଲକ୍ଷ ଟଙ୍କା ଋଣ ଉଠାଇ ଜରିପଡା ପଞ୍ଚାୟତ ଦେଖାଇ ଉଚ୍ଚପଦା ପଞ୍ଚାୟତ ଦମକା ଗ୍ରାମ ର ମା ମଙ୍ଗଳା ସ୍ୱୟଂ ସହାୟିକା ଗୋଷ୍ଠୀ କୁ ୧୦ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ତେବେ ମଙ୍ଗଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ୪ଜଣ ସଦସ୍ୟା ଙ୍କୁ କୌଣସି ସୂଚନା ନ ଦେଇ ସେମାନଙ୍କୁ ବାହାର କରି ନୁଆଁ ସଦସ୍ୟ ଙ୍କୁ ଗ୍ରୃପରେ ଯୋଡ଼ି ସେ ଟଙ୍କା ବଣ୍ଟନ କରାଯାଇଥିଲା। ଯାହା କୁ ନେଇ ୪ ମହିଳା ବିଡ଼ିଓ ଙ୍କ ନିକଟରେ ଅଭିଯୋଗ ହେବା ସହ ବିଡ଼ିଓ କାର୍ଯ୍ୟଳୟରେ ହୋହାଲ୍ଲା ହୋଇଥିଲା। ପରେ ଉକ୍ତ ଘଟଣାର ତଦନ୍ତସମୟରେ ବିଡ଼ିଓ ବା ବିପିଏମ୍ ଙ୍କ ବିନା ଦସ୍ତଖତରେ ୧୦ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି ବୋଲି ବ୍ୟାଙ୍କ ମିତ୍ର ଙ୍କ ଏଭଳି ଜାଲିଆତି ଧରାପଡ଼ିବା ପରେ ଟାଙ୍ଗୀ ଥାନାରେ ମଧ୍ୟ ଅଭିଯୋଗ କରାଯାଇଥିଲା। ଏ‌ନେଇ ବିଡ଼ିଓ ଏନ୍ ଏମ୍ ରାଜଲକ୍ଷ୍ମୀ ଓଝା ଘଟଣା କୁ ନେଇ ଜରିପଡା ପଞ୍ଚାୟତ ମିଶନ ଶକ୍ତି ସଭାପତି କୁ ଚିଠି କରିଥିଲେ ମଧ୍ୟ ବିଡ଼ିଓ ଙ୍କ ଚିଠି କୁ ପଞ୍ଚାୟତ ମିଶନ ଶକ୍ତି ସଭାପତି ଫୁ କରି ଉଡେଇ ଦେବା କୋଉଠି ନା କୋଉଠି ନିଜ ଭିତରେ ଥିବା ମଧୁଚନ୍ଦ୍ରିକା ପଦାରେ ପଡ଼ିଛି । ଅନ୍ୟ ପଟେ ବ୍ଲକ ଅଧିକାରୀ ଙ୍କ ଚିଠି ର କୌଣସି ଉତ୍ତର ନ ଦେଇ ୨୦ଦିନ ଧରି ଅଣ ଦେଖା କରିବା ବ୍ଲକ ପ୍ରଶାସନ ର ପରିବା ପଣିଆରେ ବଡ଼ ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ଅନ୍ୟପଟେ ବ୍ୟାଙ୍କ ମିତ୍ର ସୀମା ରାଣୀ ରାୟ ନିଜ ଭାବ ମୃତ୍ତି ଓ ପଦବୀର ସୁରକ୍ଷିତ ରକ୍ଷା ବା ପାଇଁ ଉକ୍ତ ପଞ୍ଚାୟତ ସଭାପତି ଙ୍କୁ ଢାଲ କରି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ୭ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଟଙ୍କା ପଇଠ କରି ଝାଡ଼ି ଝୁଡ଼ି ହୋଇ ବସିଯାଇ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ଗୋଟେ ପଟେ ବିଜେପି ସରକାର ସରକାରୀ କାର୍ଯ୍ୟାଳୟରେ କୌଣସି ଜାଲିଆତି କାର୍ଯ୍ୟ ଚାଲିବ ନାହିଁ ବୋଲି ଡେଙ୍ଗୁରା ପିଟୁଥିବା ବେଳେ ବ୍ୟାଙ୍କ ମିତ୍ର ଙ୍କ ନାମରେ ଏଠି ଜାଲିଆତି ର ସବୁ ପ୍ରମାଣ ମିଳି ସାରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବଦଳରେ ମିଶନ ଶକ୍ତି ର ସମସ୍ତ ବିଭାଗ ର ଅଧିକାରୀ ସୁରକ୍ଷା ଦେଇ ନିଜ ପାକେଟ୍ ଗରମ କରୁଛନ୍ତି ବୋଲି ବୃଦ୍ଧି ଯିବି ମଧ୍ୟରେ ମତ ପ୍ରକାଶ ପାଉଛି। ତେବେ ଦେଖିବାକୁ ବାକି ରହିଲା ବିଡ଼ିଓ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରୁଛନ୍ତି ନା ଏମିତି ଆଉ ଜାଲିଆତି ର ଅଭିଯୋଗ ଶୁଣିବାକୁ ଅପେକ୍ଷା କରୁଛନ୍ତି।