
ଭଞ୍ଜନଗର ୩୧ /୦୫, (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ୩୦ ମେ ୨୦୨୬ ଠାରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ ସମଗ୍ର ଗଞ୍ଜାମ ଜିଲ୍ଲାରେ ଏସ ଆଇ ଆର ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟକ୍ରମ ଚାଲିବ । ସ୍ଵତନ୍ତ୍ର ସଘନ ସଂଶୋଧନ (ଏସଆଈଆର ) କାର୍ଯ୍ୟକ୍ରମ ଅଧୀନରେ ଆଜି ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ନିଜେ ମାନ୍ୟବର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ସମ୍ମାନରୂପେ ଜାରି କରାଯାଉଥିବା ଏନ୍ୟୁମେରେସନ୍/ଗଣନା ଫର୍ମ, ଏଇଆରଓ ତଥା ଵିଡ଼ିଓ ଭଞ୍ଜନଗର ଓ ଵିଏଲଓ ଙ୍କର ଉପସ୍ଥିତିରେ ହସ୍ତାନ୍ତର କରି ଏସ ଆଇ ଆର ର ଉଦ୍ଦେଶ୍ୟ ଓ ଆବଶ୍ୟକ ପ୍ରମାଣପତ୍ର ବିଷୟରେ ଅବଗତ କରାଇଥିଲେ, ଏଥିରେ ମାନ୍ୟବର ବିଧାୟକ ଅତି ପ୍ରସନ୍ନ ହୋଇଥିଲେ ।
ଏଥିସହ ଉପଜିଲ୍ଲାପାଳ ଶ୍ରୀ ବେହେରା ଗାମୁଣ୍ଡି, ବାଉଁଶଲୁଣ୍ଡି, ଜିଲୁଣ୍ଡି ଓ ଅଗଝୋଳ ବୁଥ୍ ପରିଦର୍ଶନ କରି ପରିଗଣନା ଫର୍ମ ବଣ୍ଟନ କାର୍ଯ୍ୟ ତଦାରଖ କରିବା ସହ ଭୋଟର ମାନଙ୍କୁ ଫର୍ମ ବଣ୍ଟନ କରିଥିଲେ l ଏନ୍ୟୁମେରେସନ୍/ଗଣନା ଫର୍ମ, ବଣ୍ଟନରେ ବିଭାଗୀୟ ଅଧିକାରୀ, ବି ଏଲ ଓ ସୁପରଭାଇଜର ଓ ବୁଥ୍ ଲେଭେଲ୍ ଅଫିସର ଉପସ୍ଥିତ ଥିଲେ। ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଏଇରଓ , ଏବଂ ବିଏଲଓ ମାନେ ଘରକୁ ଘର ଯାଇ ଭୋଟରଙ୍କୁ ପରିଗଣନା ଫର୍ମ ବିତରଣ କରିଥିଲେ ଏବଂ ଫର୍ମ ପୂରଣ ପ୍ରକ୍ରିୟା ସମ୍ପର୍କରେ ସବିଶେଷ ବୁଝାଇଥିଲେ। ଉପଜିଲ୍ଲାପାଳ ଭୋଟରଙ୍କ ସହ ଆଲୋଚନା କରି ଏସ ଆଇ ଆର ର ଉଦ୍ଦେଶ୍ୟ ଓ ଆବଶ୍ୟକ ପ୍ରମାଣପତ୍ର ବିଷୟରେ ଅବଗତ କରାଇଥିଲେ। ବି ଏଲ ଓ ମାନଙ୍କୁ ନିଷ୍ଠାର ସହ ଘରକୁ ଘର ପରିଦର୍ଶନ କରି ତଥ୍ୟ ସଂଗ୍ରହ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ସମସ୍ତ ଭୋଟରଙ୍କୁ ଵିଏଲଓ ଙ୍କୁ ସହଯୋଗ କରିବା ପାଇଁ ଉପଜିଲ୍ଲାପାଳ ଶ୍ରୀ ବେହେରା ଅନୁରୋଧ କରିଥିଲେ।