
ଜଗନ୍ନାଥପ୍ରସାଦ:୦୮/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ସରକାରଙ୍କ ପକ୍ଷରୁ ଦ୍ବିତୀୟ ପର୍ଯ୍ୟାୟରେ ଆଜି ଜଗନ୍ନାଥ ପ୍ରସାଦ ବ୍ଲକ କୁଡୁତାଇ ପଞ୍ଚାୟତର ବାଙ୍କତରା ପିଏମଶ୍ରୀ ରୟତ ନୋଡାଲ ଉଚ୍ଚ ବିଦ୍ୟାପୀଠ ଠାରେ ଆଜି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ଓ ସ୍ଥାପନ ସ୍ଥାନୀୟ ବିଧାୟକ ପ୍ରଦୁମ୍ନ୍ୟ କୁମାର ନାୟକ କରିଛନ୍ତି l କେନ୍ଦ୍ର ସରକାରଙ୍କ ଅନୁଦାନ ୬କୋଟି ଟଙ୍କା ବିନିମୟରେ ନିର୍ମାଣ ବିଦ୍ୟାଳୟର ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ l ଛାତ୍ରଛାତ୍ରୀଙ୍କ ମୂଳଦୁଆ ସୁଦୃଢ କରିବାରେ ଏହା ସହାୟକ ହେବ ବୋଲି ବିଧାୟକ ଶ୍ରୀ ନାୟକ କହିଛନ୍ତି l ଏଥିରେ ବାଲବାଟିକାରୁ ଆରମ୍ଭ କରି ଉଛଶିକ୍ଷା ପର୍ଯ୍ୟନ୍ତ ବ୍ୟବସ୍ଥା ରହିବା ସହ ଅଭିଜ୍ଞ ଶିକ୍ଷକ, ସ୍ମାର୍ଟ କ୍ଲାସ, ଲାବରୋଟୋରି, ଖେଳ ପଡିଆ, ଇତ୍ୟାଦିର ସୁବିଧା ରହିବ ବୋଲି ସୂଚନା ଦେଇଛନ୍ତି l
କାର୍ଯ୍ୟକ୍ରମରେ ବ୍ଲକ ଉପାଧକ୍ଷ ନୀଳାଞ୍ଚଳ ଖିଲାର, ସାଂସଦ ପ୍ରତିନିଧି ତାପସ ରଞ୍ଜନ ପ୍ରଧାନ,ମଣ୍ଡଳ ସଭାପତି ନାରାୟଣ ପ୍ରଧାନ,ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଏସ ଧନଞ୍ଜୟ,ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସବିତା କୁମାରୀ ମଲ୍ଲିକ,ଗୋଦାବରୀଷ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ନାୟକ, ପରିଚାଳନା କମିଟି ଅଧକ୍ଷ ହରେକୃଷ୍ଣ ନାୟକ ପ୍ରମୁଖ ମଞ୍ଚାସିନ ରହିଥିଲେ l କାର୍ଯ୍ୟକ୍ରମ ପ୍ରାରମ୍ଭରୁ ପ୍ରଦୀପ ପ୍ରଜ୍ବଳନ ଓ ପ୍ରାରମ୍ଭିକ ସଂଗୀତ ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା l ବାର୍ଷିକ ବିବରଣୀ ପଠନ ସିଆରସିସି ଶୁଭେନ୍ଦୁ ଗୌଡ଼ କରିଥିଲେ l କାର୍ଯ୍ୟକ୍ରମରେ ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟତ୍ରୀ, ପରିଚାଳନା କମିଟି ଉପସ୍ଥିତ ରହି ସହଯୋଗ କରିବା ସହ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ଅଭିଭାବକ, ବିଜେପି କର୍ମି ଉପସ୍ଥିତ ରହିଥିଲେ l କାର୍ଯ୍ୟକ୍ରମ ପରିଚାଳନା ଶିକ୍ଷକ ଛାୟାକାନ୍ତ ମହାପାତ୍ର କରିଥିବା ବେଳେ ନିମପଦର ସିଆରସିସି ଶିକ୍ଷକ ଲଷ୍ମୀକାନ୍ତ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ l