
ଚୌଦ୍ୱାର (ଶିବବ୍ରତ ଦାସ ) ବର୍ତମାନ ର ରାଜ୍ୟସରକାର ବିଭିନ୍ନ ଯୋଜନା ମୂଳକ କାର୍ଯ୍ୟ କରିଆସୁଥିଲେ ସୁଦ୍ଧା ଏହା ବରିଷ୍ଠ ନାଗରିକ ପାଖ ରେ ପହଂଚିବାରେ ବିଫଳ ହୋଇଛି l ଟାଙ୍ଗୀ ଚୌଦ୍ୱାର ବ୍ଲକ ରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା l ସୂଚନା ମୁତାବକ ଦୁଇ ମାସ ରୁ ଉର୍ଦ୍ଧ ହେବ ବ୍ଲକ ରେ ଅନଲାଇନ ମାଧ୍ୟମରେ ପ୍ରଦାନ କରାଯାଉଥିବା ବାର୍ଦ୍ଧକ୍ୟ ଭତ୍ତା ବରିଷ୍ଠ ନାଗରିକ ଙ୍କ ଆକାଉଣ୍ଟ କୁ ଯାଉନାହିଁ l ଫଳରେ ବ୍ଲକ ଅଧୀନ ରେ ଥିବା ପ୍ରାୟ ୧୧ ଗୋଟି ପଂଚାୟତ ର ବାର୍ଦ୍ଧକ୍ୟ ତଥା ବରିଷ୍ଠ ନାଗରିକ ମାନେ ସେମାନଙ୍କ ର ମୌଳିକ ସମସ୍ୟା ଯଥା ଖାଦ୍ୟପେୟ, ରାସନ ଭଳି ଜିନିଷ କିଣି ପାରୁନାହାନ୍ତି l ଏହି ସବୁ ଘଟଣା କୁ କିପରି ଭାବେ ରାଜ୍ୟ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିହେବ ଏହା ଉପରେ ସିପିଆଇଏମ ର ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ବେହେରା ଙ୍କ ପକ୍ଷ ରୁ ଟାଙ୍ଗୀ ଚୌଦ୍ୱାର ବ୍ଲକ ର ବିଡ଼ିଓ ଙ୍କ ଜରିଆରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କୁ ପ୍ରଦାନ କରାଯାଇଛି l ଅନ୍ୟ ପକ୍ଷରେ ଏହି ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ସିପିଆଇଏମ ବରିଷ୍ଠ ନାଗରିକ ଙ୍କୁ ନେଇ ରାଜରାସ୍ତା ଅବରୋଧ କରିବ ବୋଲି ଶ୍ରୀ ବେହେରା ଗଣ ମାଧ୍ୟମରେ ପ୍ରକାଶ କରିଛନ୍ତି l ଏଥିସହିତ ବିଡ଼ିଓ ଏହି ସମସ୍ୟା ର ତୁରନ୍ତ ସମାଧାନ ହେବା ସହିତ ଆଗକୁ ଗଣପର୍ବ ରଜ ଆସୁଥିବାରୁ ଏହା ଉପରେ ଗୁରୁତ୍ୱ ଦେବେ ବୋଲି ମତ ରଖିଛନ୍ତି l