
ଭଞ୍ଜନଗର ୧୪/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ରଜ ଅବସରରେ ଭଞ୍ଜନଗର ଆରବିଏସ କନସଲଟାନ୍ସି ଦ୍ୱାରା ଆୟୋଜିତ ହେଉଛି ରଜ କ୍ୱିନ ୨୦୨୬ । ସ୍ଥାନୀୟ ଶ୍ରୀ ଜଗନ୍ନାଥ ବେନକ୍ୱେଟ ହଲ୍ ଏବଂ ରିସର୍ଟ ଠାରେ ଶହ ଶହ ପ୍ରତିଯୋଗୀ ନିଜର ପ୍ରତିଭା ର ପରିଚୟ ଦେବେ ଏବଂ ସେଥିରୁ ବଛା ହେବେ ଶ୍ରେଷ୍ଠ ପ୍ରତିଭା । ଜୁନ୍ ୧୪ ପହିଲି ରଜ ଦିନ ଅଡିସନ୍ ଆରମ୍ଭ ହେବ ଏବଂ ଜୁନ୍ ୧୬ ଶେଷ ଦିନ ଚୟନ ହେବେ ଶ୍ରେଷ୍ଠ ପ୍ରତିଭା । ପ୍ରତିଯୋଗୀ ମାନେ ଅନଲାଇନ୍ ମାଧ୍ୟମରେ tiketwala.com ରେ ପଞ୍ଜୀକରଣ କରୁଛନ୍ତି। ଅଫଲାଇନ୍ ମାଧ୍ୟମରେ ମଧ୍ୟ ପଞ୍ଜୀକରଣ ହେଉଛି । ଏହି ଅଡିସନ୍ ରେ ବିଚାରକ ଭାବେ ମଧ୍ୟ ଅଞ୍ଚଳର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷ ମାନେ ରହିବେ । ଜୁନିଅର୍ (୫ ରୁ ୧୪ ବର୍ଷ) ଏବଂ ସିନିୟର୍ (୧୫ ବର୍ଷ ରୁ ଉର୍ଦ୍ଧ୍ବ ) ଭଳି ଦୁଇ ବର୍ଗରେ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ପ୍ରତିଯୋଗୀଙ୍କ ନିମନ୍ତେ ବିଭିନ୍ନ ମେଣ୍ଟର ମଧ୍ୟ ଆୟୋଜକଙ୍କ ପକ୍ଷରୁ ନିୟୋଜିତ କରାଯାଇଛି । ଏହି ଅବସର ରେ ଶ୍ରୀ ଜଗନ୍ନାଥ ବେନକ୍ୱେଟ ହଲ୍ ପରିସରରେ ଫୁଡ୍ କୋର୍ଟ ମଧ୍ୟ ରହିବ । ଏଥି ସହ ମଡେଲିଙ୍ଗ, ମ୍ୟାଜିକ ସୋ ଭଳି ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ଶେଷ ଦିନ ସେଲିବ୍ରେଶନ ପାଇଁ ପ୍ରବେଶ ଶୁଳ୍କ ମଧ୍ୟ ଧାର୍ଯ୍ୟ କରାଯାଇଛି । ଏଥିରେ ଭରପୁର ମଜା ଉଠାଇ ପାରିବେ ଦର୍ଶକ । ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ପ୍ରତିଯୋଗୀ ମାନଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। ଏଥି ସହ ପ୍ରଥମ କରି ଘୁମୁସର ଅଞ୍ଚଳରେ ଏହିପରି ପ୍ରତିଯୋଗିତା ହେଉଥିବାରୁ ଅଞ୍ଚଳ ବାସୀ ମଧ୍ୟ ଏହାର ସଫଳତା ନିମନ୍ତେ ଆଶାବାଦୀ ଅଛନ୍ତି।