କବାଟ ତାଲା ଭାଙ୍ଗି ଲୁଟିନେଲେ ମନ୍ଦିର ହୁଣ୍ଡି

ସୋରଡ଼ା ୧୭/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): କବାଟ ତାଲା କାଟିଲେ ଆଲମିରା ଭାଙ୍ଗିଲେ ଲୁଟି ନେଲେ ମନ୍ଦିର ହୁଣ୍ଡି।ଗଞ୍ଜାମ ସୋରଡା ଥାନା ଅଞ୍ଚଳରେ ଥିବା ସତ୍ୟସାଇ ମନ୍ଦିରରୁ ଚୋରି ।ହୁଣ୍ଡି କୁ ଟେକି ନେଇ ମନ୍ଦିର ପଛପଟ ନଦୀ ପଠାରେ ଭାଙ୍ଗି ସେଥିରୁ ଟଙ୍କା ଚୋରି କରି ନେଇଛନ୍ତି । ଚୋରମାନେ ସାଥିରେ ଆଣିଥିବା ତାଲା ଭଙ୍ଗା ସରଞ୍ଜାମ ସବୁ ଛାଡି ଯାଇଛନ୍ତି ।ସ୍ଥାନୀୟ ଲୋକଙ୍କ ଠାରୁ ମନ୍ଦିର ପରିଚାଳନା କମିଟି ସଦସ୍ୟ ଚୋରି ହୋଇଥିବା ଖବର ପାଇଥିଲେ ।ସୋରଡା ପୋଲିସକୁ ଜଣାଇବା ପରେ ପୋଲିସ ପହଞ୍ଚି ବିଭିନ୍ନ ଦିଗକୁ ତଦନ୍ତ କରୁଛି ।ହୁଣ୍ଡିରେ ଥିବା ଟଙ୍କା ଚୋରି ହୋଇଥିବା ବେଳେ ଅନ୍ୟ ସବୁ କିଛି ସାମାନ ସୁରକ୍ଷିତ ଥିବା ଜଣାପଡ଼ିଛି।