ଋଷିକୁଲ୍ୟା ମୁହାଣରେ ହମ୍ପବ୍ୟାକ୍ ଡଲଫିନ୍ ଠାବ

ବ୍ରହ୍ମପୁର (ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଉପକୂଳରେ ପ୍ରାୟ ୧୫ଟି ହମ୍ପବ୍ୟାକ୍ ପ୍ରଜାତିର ଡଲଫିନ୍ ଠାବ ହୋଇଛନ୍ତି । ଗୋଖରକୁଦାରୁ ପୁରୁଣାବନ୍ଧ ମଧ୍ୟରେ ବଙ୍ଗୋପସାଗର ଜଳରାଶିରେ ଏମାନେ ପହଁରୁଥିବା ଦେଖିବାକୁ ମିଳିଥିଲା । ବିରଳ ସାମୁଦ୍ରିକ କଇଁଛ ଅଲିଭ୍ ରିଡଲେଙ୍କ ଗଣ ଅଣ୍ଡାଦାନ ଦୃଷ୍ଟିରୁ ସମୁଦ୍ରରେ ପାଟ୍ରୋଲିଂ କରୁଥିବା ବନ ବିଭାଗ କର୍ମଚାରୀଙ୍କ ନଜରରେ ଏହା ଆସିଥିଲା । ବ୍ରହ୍ମପୁର ଡିଏଫ୍ଓ ସନ୍ନି ଖୋକର୍ ଏହି ସୂଚନା ଦେଇଛନ୍ତି ।

ଜୈବ ବିବିଧତାରେ ଭରପୁର ଗଞ୍ଜାମ ଜିଲ୍ଲାର ବଙ୍ଗୋପସାଗର ଉପକୂଳରେ ହମ୍ପବ୍ୟାକ୍ ଓ ବଟଲନୋଜ୍ ପ୍ରଜାତିର ଡଲଫିନ୍ ମଝିରେ ମଝିରେ ଦେଖାଯାଆନ୍ତି । ଗତବର୍ଷ ମଧ୍ୟ ଅଲିଭ୍ ରିଡଲେ କଇଁଛଙ୍କ ସମୂହ ଅଣ୍ଡାଦାନ ସମୟରେ କିଛି ଡଲଫିନ୍ ଗଞ୍ଜାମ ସମୁଦ୍ରତଟରେ ଠାବ ହୋଇଥିଲେ । ଏଥର ମଧ୍ୟ ଋଷିକୁଲ୍ୟା ମୁହାଣରେ ହମ୍ପବ୍ୟାକ୍ ଡଲଫିନଙ୍କୁ ଠାବ‌ କରାଯାଇଛି ।

Leave a Reply

Your email address will not be published. Required fields are marked *