ସିବିଆଇ ଡିଆଇଜି ଭାବେ କେନ୍ଦ୍ରୀୟ ଡେପୁଟେସନରେ ଯିବେ ଓଡ଼ିଶା କ୍ୟାଡ଼ର ଆଇପିଏସ ସାରା ଶର୍ମା

ନୂଆଦିଲ୍ଲୀ (ଏଜେନ୍ସି): କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଇପିଏସ ସାରା ଶର୍ମା। ସିବିଆଇ ଡିଆଇଜି ଭାବେ ସାରା ଶର୍ମା କେନ୍ଦ୍ରୀୟ ଡେପୁଟେସନରେ ଯିବେ । ୫ବର୍ଷ ପାଇଁ ସିବିଆଇରେ ଡିଆଇଜି ଭାବେ ଦାୟିତ୍ୱ ତୁଲାଇବେ। ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ସାରାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୨୦୧୦ ଓଡ଼ିଶା କ୍ୟାଡର ଆଇପିଏସ ହେଉଛନ୍ତି ସାରା ଶର୍ମା ।

Leave a Reply

Your email address will not be published. Required fields are marked *