ମୁଜାଗଡ଼ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ

ଭଞ୍ଜନଗର (ଓଡ଼ିଶା ଟୁଡେ) : ଭଞ୍ଜନଗର ବ୍ଲକ ମୁଜାଗଡ଼ ପଞ୍ଚାଯତର ବିଜେଡି ସମର୍ଥିତ ମହିଳା ସରପଞ୍ଚ ସୁକାନ୍ତୀ ସେଠୀଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିବା ଜଣାପଡ଼ିଛି। ଏହି ପଞ୍ଚାୟତରେ ଥୁବା ମୋଟ ୧୫ଟି ୱାର୍ଡ ମଧ୍ୟରୁ ଶୁକ୍ରବାର ଭଞ୍ଜନଗର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀଙ୍କୁ ପଞ୍ଚାୟତର ୧୧ଜଣ ୱାର୍ଡ ସଭ୍ୟ, ସଭ୍ୟା ସାକ୍ଷାତ କରି ଅନାସ୍ଥା ପ୍ରସ୍ତାବ ପତ୍ର ପ୍ରଦାନ କରିଛନ୍ତି I ସେଥ୍ ମଧ୍ୟରେ ସରପଞ୍ଚ ଶ୍ରୀମତୀ ସେଠୀ ଅଧିକାଂଶ ସମୟରେ ପଞ୍ଚାୟତର ସୁଖ ଦୁଃଖର ନରହି ନିଜ ବାପା ଘରେ ରହୁଥିବାରୁ ତାଙ୍କ ସ୍ବାମୀ ମୁଜାଗଡ଼ ପଞ୍ଚାଯତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଚାର୍ଯ୍ୟରେ ମିଥ୍ୟା ବିଲ୍ କରାଇ ଅର୍ଥ ତାଷାରପାତ କରିଥିବା ପଞ୍ଚାୟତ ବାସିନ୍ଦା ଅଭିଯୋଗ ଆଣିଛନ୍ତି। ସେହିପରି ବିନା ପଲ୍ଲୀସଭା କିମ୍ବା ରେଜୁଲେସନରେ ବିଭିନ୍ନ ବିଲ ଆଗତ କରାଯାଉଥିବା ବେଳେ ପଞ୍ଚାୟତର ସମସ୍ତ କାର୍ଯ୍ୟରେ ସରପଞ୍ଚଙ୍କ ସ୍ବାମୀ ହସ୍ତକ୍ଷେପ କରୁଥିବା ଭଳି ୧୫ ଗୋଟି ଅଭିଯୋଗ ୱାର୍ଡ ସଭ୍ୟମାନେ ଅଭିଯୋଗ କରିଛନ୍ତି। ତେଣୁ ଏହାର ପ୍ରତିବାଦରେ ମୁଜାଗଡ଼ ପଞ୍ଚାୟତର ନାଏବ୍ ସରପଞ୍ଚ ଶୁସାନ୍ତ ନାଇକଙ୍କ ସମେତ ୧୧ଜଣ ୱାର୍ଡସଭ୍ୟ ସଭ୍ୟା ସରପଞ୍ଚଙ୍କ ବିରୋଧରେ ଶୁକ୍ରବାର ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ବାଧ୍ଯ ହୋଇଥିବା କହିଛନ୍ତି। ଉପଜିଲ୍ଲାପାଳଙ୍କୁ ଅନାସ୍ଥାପ୍ରସ୍ତାବ ପ୍ରଦାନ ସମଯରେ ପଞ୍ଚାୟତର ପୁର୍ବତନ ସରପଞ୍ଚ ଶିବଶଙ୍କର ପ୍ରଧାନଙ୍କ ସମେତ ନାଏବ ସରପଞ୍ଚ ଞ୍ଚ ସୁଶାନ୍ତ ନାଇକ, ୱାର୍ଡ ସଭ୍ୟ କବି ନାଇକ, ଶରତ ବିଷୋୟୀ, ଅଜିତ କୁମାର ଦାସ, ପ୍ରଦୀପ କୁମାର ମଳିକ, ରଙ୍କ ନାୟକ, ଲିପି ପ୍ରଧାନ, ମୀରା ଗୌଡ଼, ଲାବଣ୍ୟ ନାୟକ, ଅମୂଲ୍ୟ ନାଇକ( ଓ ଯମୁନା ନାଇକ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *