ଅଗଷ୍ଟ ୩୦ରେ ବିଜେପିରେ ମିଶିବେ ଚମ୍ପାଇ ସୋରେନ୍

ନୂଆଦିଲ୍ଲୀ: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ ଚଳିତ ମାସ ୩୦ରେ ବିଜେପିରେ ମିଶିବେ। ସେ ଅମିତ ଶାହାଙ୍କୁ ଭେଯିବା ସହ ମିଶ୍ରଣ ସମ୍ପର୍କରେ ଚୂଡାନ୍ତ ହୋଇଥିବା କହିଛନ୍ତି ବିଜେପି ପାଇଁ ଝାଡଖଣ୍ଡ ନିର୍ବାଚନ ଦାୟିତ୍ଵରେ ଥିବା ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵଶର୍ମା। ଏହି ପରିପ୍ରେକ୍ଷୀରେ ହେମନ୍ତ ସାମାଜିକ ଗଣ ମାଧ୍ୟମରେ ଏକ ଫଟୋ ସେୟାର ମଧ୍ୟ କରିଛନ୍ତି। ଯେଉଁଥିରେ ଶାହାଙ୍କ ସହ ସେ ନିଜେ , ଚମ୍ପାଇ ଓ ପୁଅ ବାବୁଲାଲ ସୋରେନ୍ ବସିଥିବା ଦେଖାଯାଇଛି। ଗତ ସପ୍ତାହରେ ଚମ୍ପାଇ ଝାଡଖଣ୍ଡ ମୁକ୍ତିମୋର୍ଚ୍ଚାର ୫ ବିଧାୟକଙ୍କ ସହ ଦିଲ୍ଲୀ ଗସ୍ତ କରିଥିଲେ। ଏହି ସମୟରେ ସେ ଦଳରେ ନିଜର ଅସ୍ତିତ୍ଵ ଅନୁଭବ କରିପାରୁନଥିବା କହିଥିଲେ। ସେ ନିଜର ଦଳ ଗଢିବେ ବୋଲି ସୂଚନା ସୂଚନା ଦେଇଥିଳେ ମଧ୍ୟ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେଉଥିଲା। ହେମନ୍ତ ସୋରେନ୍ ଦୁର୍ନୀତି ମାମଲାରେ ଗିରଫ ହେବା ଯୋଗୁଁ ଚମ୍ପାଇ ଗତ ଜାନୁଆରୀ ୩ ତାରିଖରେ ଜାମିନରେ ମୁକ୍ତି ପାଇବା ପରେ ଚମ୍ପାଇଙ୍କୁ ତାଙ୍କ ପାଇଁ ଇସ୍ତଫା ଦେବାକୁ ପଡିଥିଲା। ହେମନ୍ତ ସୋରେନ୍ ପୁନର୍ବାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଇସ୍ତଫା ଯୋଗୁଁ ଚମ୍ପାଇ ଅପମାନିତ ବୋଧ କରିଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *