ଗୁରୁ ଦିବସରେ ଝିଅର ଶିକ୍ଷକମାନଙ୍କୁ ଏପରି ଚିଠି ଲେଖିଲେ ପୀଡ଼ିତାଙ୍କ ମାଆ

କୋଲକାତା: ଗତ ମାସରେ ଆରଜି କର ମେଡିକାଲ କଲେଜରେ ଅତି ନିର୍ମମ ଭାବେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ଟ୍ରେନି ଡାକ୍ତରଙ୍କ ମାଆ ଆଜି ଗୁରୁ ଦିବସ ଅବସରରେ ଏକ ହୃଦୟ ବିଦାରକ ‌ଚିଠିରେ ଜଣାଇଛନ୍ତି ଯେ ଡାକ୍ତର ହେବା ତାଙ୍କ ଝିଅର ପିଲାଦିନ ସ୍ବପ୍ନ ଥିଲା। ସେ ସର୍ବଦା କହୁଥିଲେ କି ‘ମାଆ ମୁଁ ଟଙ୍କା ପାଇଁ ଡାକ୍ତର ହେବି ନାହିଁ। ‌ଲୋକଙ୍କ ସେବା କରିବାକୁ ଡାକ୍ତର ହେବି ।’’

ଗୁରୁ ଦିବସରେ ଲେଖାଯାଇଥିବା ମା’ଙ୍କ ଚିଠିରେ ଶିକ୍ଷକମାନଙ୍କୁ ଧନ୍ୟବାଦ ଜଣାଯାଇଛି। ଯେଉଁମାନେ ତାଙ୍କ ପିଲାଦିନର ସ୍ୱପ୍ନକୁ ସାକାର କରିବାରେ ସାହାଯ୍ୟ କରିଥିଲେ। ସେ ତାଙ୍କ ଚିଠିରେ ଲେଖିଛନ୍ତି “ମୁଁ ମୃତକ ଛାତ୍ରର ମା। ଆଜି ଗୁରୁ ଦିବସରେ ମୁଁ ମୋ ଝିଅ ତରଫରୁ ସମସ୍ତ ଶିକ୍ଷକଙ୍କୁ ଅଭିବାଦନ ଜଣାଉଛି। ପିଲାଦିନରୁ ତା’ର ଡାକ୍ତର ହେବାର ସ୍ବପ୍ନ ଥିଲା। ଆପଣ ସେହି ସ୍ୱପ୍ନର ପ୍ରେରଣା ଶକ୍ତି ଥିଲେ ।” 

ତାଙ୍କ ସଫଳତା ପାଇଁ ତାଙ୍କ ଶିକ୍ଷକମାନଙ୍କୁ ଶ୍ରେୟ ଦେଇ ପୀଡ଼ିତାଙ୍କ ମାଆ କହିଛନ୍ତି ଯେ ଯଦିଓ ସେମାନେ ପିତାମାତା ଭାବରେ ଆମେ ତାକୁ ଯଥାସମ୍ଭବ ସମର୍ଥନ କରିଥିଲୁ, ମାତ୍ର ଆପଣଙ୍କ ପରି ଭଲ ଶିକ୍ଷକ ପାଇଥିବାରୁ ସେ ଡାକ୍ତର ହେବାର ସ୍ୱପ୍ନକୁ ପୂରଣ କରିବାରେ ସକ୍ଷମ ହୋଇଥିଲା।

ବୁଧବାର ଦିନ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଏହି ବିକ୍ଷୋଭରେ ଯୋଗ ଦେଇଥିବା ପୀଡିତାଙ୍କ ପିତାମାତା ଅଭିଯୋଗ କରିଛନ୍ତି ଯେ ଡାକ୍ତରଖାନା ପ୍ରଶାସନ ପ୍ରଥମେ ଏହି ମାମଲାକୁ ଦମନ କରିବାକୁ ଚେଷ୍ଟା କରିଥିଲା ଏବଂ ପୁଙ୍ଖାନୁପୁଙ୍ଖ ତଦନ୍ତ ନକରି ଏହାକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲା ।

Leave a Reply

Your email address will not be published. Required fields are marked *