ଇଦ୍‌ ଅବସରରେ ଏମିତି କହିଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୬।୯: ଇଦ ମିଲାଦ-ଉନ-ନବୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ଇଦ ମୁବାରକ! ମିଲାଦ-ଉନ-ନବିଙ୍କ ଅବସରରେ ଶୁଭେଚ୍ଛା। ସୌହାର୍ଦ୍ଦ୍ୟ ଏବଂ ଏକତା ସର୍ବଦା ଜିତୁ। ଚାରିଆଡେ ସୁଖ ଓ ସମୃଦ୍ଧତା ହେଉ ।

ଏହାପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମିଲାଦ-ଉନ-ନବି ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କୁ ପବିତ୍ର କୁରାନର ପବିତ୍ର ଶିକ୍ଷା ଗ୍ରହଣ କରିବାକୁ ଏବଂ ଏକ ଶାନ୍ତିପୂର୍ଣ୍ଣ ସମାଜ ଗଠନ ପାଇଁ ପ୍ରତିଶ୍ରୁତି ଦେବାକୁ କହିଥିଲେ ।

ସେ ତାଙ୍କ ବାର୍ତ୍ତାରେ କହିଛନ୍ତି, ମିଲାଦ-ଉନ-ନବୀ ଭାବରେ ପାଳନ କରାଯାଉଥିବା ପ୍ରଫେଟ୍‌ ମହମ୍ମଦଙ୍କ ଜନ୍ମଦିନରେ ମୁଁ ସମସ୍ତ ଦେଶବାସୀଙ୍କୁ, ବିଶେଷ କରି ଆମର ମୁସଲମାନ ଭାଇ ଓ ଭଉଣୀମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି ।

ରାଷ୍ଟ୍ରପତି ଆହୁରି କହିଛନ୍ତି, ମହମ୍ମଦ ଆମକୁ ପ୍ରେମ ଏବଂ ଭାଇଚାରା ଭାବନାକୁ ମଜବୁତ କରିବା ପାଇଁ ପ୍ରେରଣା ଦେଇଥିଲେ। ସେ ସମାଜରେ ସମାନତା ଏବଂ ସମନ୍ବୟର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଲୋକମାନଙ୍କୁ ଅନ୍ୟମାନଙ୍କ ପ୍ରତି ଦୟାଳୁ ହେବା ଏବଂ ମାନବିକତାର ସେବା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *