ଶନିବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶୀ

ନୂଆଦିଲ୍ଲୀ: ଆପ୍‌ ନେତ୍ରୀ ଆତିଶୀ ଆସନ୍ତା ଶନିବାର ତଥା ସେପ୍ଟେମ୍ବର ୨୧ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସେପ୍ଟେମ୍ବର ୨୬-୨୭ ତାରିଖରେ ଏକ ସ୍ବତନ୍ତ୍ର ବିଧାନସଭା ଅଧିବେଶନ ବେଳେ ଆତିଶୀ ଶପଥ ନେବେ ବୋଲି ଆପ୍‌ ପ୍ରଥମେ ଘୋଷଣା କରିଥିଲା। କିନ୍ତୁ ପରେ ଦିଲ୍ଲୀ ଉପରାଜ୍ୟପାଳ ସେପ୍ଟେମ୍ବର ୨୧ ତାରିଖରେ ଆତିଶୀଙ୍କ ଶପଥ ଗ୍ରହଣ ପାଇଁ ପ୍ରସ୍ତାବ ଦେବାରୁ ଆପ୍‌ ଏହାକୁ ଗ୍ରହଣ କରିଛି ।

ଆତିଶୀ ଏକାକୀ ଶପଥ ନେବେ ବୋଲି ଦଳ  ପ୍ରଥ‌ମେ ନିଷ୍ପତ୍ତି ନେଇଥିଲା କିନ୍ତୁ ଆତିଶୀଙ୍କ ସହ ଅନ୍ୟ ମନ୍ତ୍ରୀ ମଧ୍ୟ ଶପଥ ନେବେ ବୋଲି  ନିଷ୍ପତ୍ତି ହୋଇଛି। ମିଳିଥିବା ସୂଚନାନୁଯାୟୀ ପୂର୍ବ ସରକାରରେ ମନ୍ତ୍ରୀ ରହିଥିବା ଆପ୍‌ ନେତା ଗୋପାଳ ରାୟ, କୈଳାସ ଗେହଲଟ, ସୌରଭ ଭରଦ୍ବାଜ ଏବଂ ଇମ୍ରାନ ହୁସେନ୍‌ ନୂଆ ମନ୍ତ୍ରିମଣ୍ଡଳରେ ରହିବେ ଏବଂ ନୂଆ କ୍ୟାବିନେଟ୍‌ରେ ୨ ଜଣ ନୂଆ ମୁହଁ ସାମିଲ ହେବେ ବୋଲି ଜଣାପଡ଼ିଛି। ସୁଲତାନପୁର ମଜରାର ବିଧାୟକ ମୁକେଶ ଅହଲାୱତ ନୂଆ କ୍ୟାବିନେଟ୍‌ର ଏକ ଅଂଶ ହେବେ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *