ଆସନ୍ତା ୪୮ ଘଣ୍ଟା ଯାଏଁ ଜାରି ରହିବ ବର୍ଷା

ଭୁବନେଶ୍ବର: କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହୋଇଛି। ଘୂର୍ଣ୍ଣିବଳୟ ଛତିଶଗଡ଼ ଉପରେ ରହିଛି। ତଥାପି ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ଯାଏଁ ବର୍ଷା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନି‌ର୍ଦ୍ଦେଶିକା ମନୋରମା ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ମଧ୍ୟ ରହିବ। ଉତ୍ତର ଓଡ଼ିଶାରେ କିଛି ଭଲ ବର୍ଷା ହୋଇପାରେ। ୪୮ ଘଂଟା ପରେ ବର୍ଷା କମିଥିଲେ ବି ସମ୍ପୂର୍ଣ୍ଣ କମି ନାହିଁ। ରାଜ୍ୟରେ ହାଲୁକାରୁ ମଧ୍ୟମ ବର୍ଷା ରହିବ। ଫଳରେ ଆଗାମୀ ୭ ଦିନ ଯାଏଁ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ହେବ ନାହିଁ ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆଜି ସୃଷ୍ଟି ହୋଇଥିବା ଲଘୁଚାପ ଦ୍ବାରା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗିରହିବ। ୨୫ ଓ ୨୬ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବାକୁ ଥିବା ବେଳେ ୨୭ରେ ପଶ୍ଚିମ ଓଡ଼ିଶାରେ ବର୍ଷା ପ୍ରଭାବ ରହିବ। ଅନ୍ୟାନ୍ୟ ସ୍ଥାନଗୁଡ଼ିକରେ ବିକ୍ଷିପ୍ତ ବର୍ଷା ହୋଇପାରେ।ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆଜି ସୃଷ୍ଟି ହୋଇଥିବା ଲଘୁଚାପ ଦ୍ବାରା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗିରହିବ। ୨୫ ଓ ୨୬ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବାକୁ ଥିବା ବେଳେ ୨୭ରେ ପଶ୍ଚିମ ଓଡ଼ିଶାରେ ବର୍ଷା ପ୍ରଭାବ ରହିବ। ଅନ୍ୟାନ୍ୟ ସ୍ଥାନଗୁଡ଼ିକରେ ବିକ୍ଷିପ୍ତ ବର୍ଷା ହୋଇପାରେ। ମଙ୍ଗଳବାର ସନ୍ଧ୍ୟାରେ ଲଘୁଚାପ କ୍ଷେତ୍ରଟି ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଆନ୍ଧ୍ର ଉପକୂଳରେ ରହିଛି ।

ଆସନ୍ତାକାଲି ସନ୍ଧ୍ୟା ବେଳକୁ ଛତିଶଗଡ଼ ଉପରେ ରହିବ। ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶାରେ ସବୁଠାରୁ ଅଧିକ ବର୍ଷା ଏବଂ ସମୁଦାୟ ବର୍ଷା ପରିମାଣ ଆସନ୍ତା ତିନି ଦିନ‌ରେ ୬୦ରୁ ୭୦ ମିମି ହୋଇପାରେ। ଭଦ୍ରକ ଓ ବାଲେଶ୍ବର ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ।ସମୁଦାୟ ବର୍ଷା ତିନି ଦିନରେ ୮୦ ମିମିରୁ ଅଧିକ ରହିବ। ଗଞ୍ଜାମ, ନୟାଗଡ଼, ଗଜପତି, କନ୍ଧମାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା ଜିଲ୍ଲାରେ ହାଲୁକାରୁ ସ୍ବଳ୍ପ ବର୍ଷା ହେବ। ମଡେଲ୍‌ରୁ ଜଣାପଡ଼ୁଛି ଯେ ଏହି ଲଘୁଚାପଟି ଏକ ବର୍ତ୍ତୃଳାକାର ପଥରେ ଯିବ; ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଦେଇ ଅକ୍ଟୋବର ୧ ବେଳକୁ ଝାଡ଼ଖଣ୍ଡ ଉପରେ ରହିବ। ଏହାଦ୍ବାରା ଅକ୍ଟୋବର ୧ରୁ ୩ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ, ଦେବଗଡ଼, ସମ୍ବଲପୁର ଜିଲ୍ଲାରେ ବର୍ଷା ହେବ। ଉପକୂଳ ଓ ଦକ୍ଷିଣ ଓଡ଼ିଶରେ ବିକ୍ଷିପ୍ତ ବର୍ଷାର ଆକଳନ କରାଯାଇଛି ।

Leave a Reply

Your email address will not be published. Required fields are marked *