
କଟକ : ଓଲିଉଡ୍ର ହ୍ୟାଣ୍ଡସମ୍ ହିରୋ ଅମ୍ଲାନ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ପ୍ରେମିକା ଭୂମିକାଙ୍କ ହାତ ଧରିଛନ୍ତି ସେ । ବୈଦିକ ରୀତିରେ ଆଜି ସିଡିଏ ସେକ୍ଟର ୮ରେ ଏହି ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି । କିଛି ବର୍ଷ ତଳେ ଅମ୍ଲାନଙ୍କ ସହିତ ଭୂମିକାଙ୍କର ଦେଖା ହୋଇଥିଲା । ପ୍ରଥମ ଦେଖାରେ ଉଭୟ ଉଭୟଙ୍କୁ ମନ ଦେଇ ଦେଇଥିଲେ । କଥାବାର୍ତ୍ତା ଆଉ ମିଳାମିଶା ପରେ ଦୁଇ ପରିବାର ପକ୍ଷରୁ ସେମାନଙ୍କ ଭଲ ପାଇବାକୁ ସ୍ୱୀକୃତି ମିଳିଥିଲା ।
ଅମ୍ଲାନଙ୍କ ବାପା ତଥା ବିଶିଷ୍ଟ ଅଭିନେତା ମିହିର ଦାସ ବଡ଼ପୁଅର ବାହାଘର କରି ବେଶ୍ ଖୁସି ଥିବା କହିଛନ୍ତି । ଆଜି ଓଲିଉଡ୍ର ବହୁ ଅଭିନେତା ଏବଂ ଅଭିନେତ୍ରୀମାନେ ଅମ୍ଲାନଙ୍କ ବାହାଘରରେ ସାମିଲ ହୋଇଥିଲେ । ଏହି ଅବସରରେ ଅମ୍ଲାନ ତାଙ୍କୁ ଭଲ ପାଉଥିବା ସମସ୍ତ ଫ୍ୟାନ୍ସମାନଙ୍କଠାରୁ ଭଲ ପାଇବା ଏବଂ ଆଶୀର୍ବାଦ ଲୋଡିବା ସହିତ ଏକ ନୂଆ ଜୀବନ ଆରମ୍ଭ କରୁଥିବାରୁ ବହୁତ ଖୁସି ଥିବା କହିଛନ୍ତି ।