ରାସ୍ତାରେ ଉଡ଼ିଲା ପୁଳାପୁଳା ଟଙ୍କା: ଆଜି ମୁଖ୍ୟମନ୍ତ୍ରୀଙ୍କ ବୈଠକ

ଭୁବନେଶ୍ବର: ରାଜ ରାସ୍ତାରେ ଉଡ଼ିଲା ପୁଳାପୁଳା ଟଙ୍କା। ସରକାର ଟଙ୍କା ନିଅନ୍ତୁ ସରକାରୀ ଚାକିରି ଖଣ୍ଡେ ଦିଅନ୍ତୁ। ଆଉ ଏଭଳି ନାମକୁ ମାତ୍ର ପରୀକ୍ଷା ନକରି କେତେ ଟଙ୍କା ନେବେ ନିଅନ୍ତୁ,‌ ଆଉ ସମସ୍ତଙ୍କୁ ଚାକିରି ଦିଅନ୍ତୁ। ଓଏସ୍‌ଏସ୍‌ଏସ୍‌ସି ପରୀକ୍ଷା ବାତିଲ କରିବା ସହିତ ପୁଣିଥରେ ପରୀକ୍ଷା କରାଯାଉ। ଦୟା କରି ଆଶାୟୀଙ୍କ ଜୀବନ ନଷ୍ଟ ନ କରନ୍ତୁ ସରକାର। ଏଭଳି ନାରା ଦେଇ ଆଜି ମହାତ୍ମାଗାନ୍ଧୀ ମାର୍ଗ‌ରେ ଶହ ଶହ ପରୀକ୍ଷାର୍ଥୀ ଓ ଚାକିରି ଆଶାୟୀ ଧାରଣା ଦେଇଥିଲେ। ‘ଷ୍ଟୁଡେଣ୍ଟ ଏଗ୍‌ନେଷ୍ଟ କରପସନ୍’ ନେତୃତ୍ବ‌‌ରେ ଓଏସ୍‌ଏସ୍‌ଏସ୍‌ସିର ଆରଆଇ, ଅମୀନ ପରୀକ୍ଷାରେ ବ୍ୟାପକ ଅନିୟମିତା ଓ ନିଯୁକ୍ତି ଦୁର୍ନୀତିକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇ ଥି‌ଲେ ଚାକିରି ଆଶାୟୀ। ପରୀକ୍ଷା ବାତିଲ କରି ପୁବର୍ବାର ସ୍ବଚ୍ଛତାର ସହିତ ପରୀକ୍ଷା ଓ ଦୁର୍ନୀତି ପଛରେ ଥିବା ଦଲାଲ ଓ ବଡ଼ବାବୁଙ୍କ ବିରୋଧରେ ଦୃଢ଼କାର୍ଯ୍ୟାନୁଷ୍ଠାନ ନେବାକୁ ଛାତ୍ରଛାତ୍ରୀମାନେ ଦାବି କରିଥିଲେ। ଏହାସହିତ କିଭଳି ଭାବବେ ସିଫି ଭଳି ପୂର୍ବରୁ କଳା ତାଲିକାଭୁକ୍ତ ସଂସ୍ଥାକୁ ପରୀକ୍ଷା ପରିଚାଳନା ଦାୟିତ୍ବ ଦିଆଗଲା ଓ ସିଫି କିଭଳି ଅଯୋଗ୍ୟ ସେଣ୍ଟରମାନ ଚୟନ କରିବା ସହିତ ପ୍ରଶ୍ନପତ୍ର ପ୍ରଘଟ ପରେ ମଧ୍ୟ ସମାନ ପ୍ରଶ୍ନପତ୍ରରେ ପରୀକ୍ଷା କରିବା, ଏ କିଭଳି ବ୍ୟବସ୍ଥ‌ା ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଆଶାୟୀ ।

ଟଙ୍କା ନେଇ ଚାକିରି ଦେବାକୁ ସରକାରଙ୍କୁ ଆଶାୟୀଙ୍କ ନିବେଦନ ଆରଆଇ, ଅମୀନ ପରୀକ୍ଷା ବାତିଲ ଦାବି ଆଜି ମୁଖ୍ୟମନ୍ତ୍ରୀଙ୍କ ବୈଠକଏନେଇ ଆଶାୟୀ ବିଶ୍ବଜିତ ପାତ୍ର କହିଛନ୍ତି, ସେ ୪ ବର୍ଷ ଧରି ଭୁବନେଶ୍ବରରେ ରହି ଚାକିରି ପାଇଁ ପ୍ରସ୍ତୁ୍ତ ହେଉଛନ୍ତି। ସରକାରୀ ଚକିରି ଖଣ୍ଡେ ପାଇବା କେତେ କଷ୍ଟ ସମସ୍ତେ ଜାଣିଛନ୍ତି। କିନ୍ତୁ ଯାହାର ଟଙ୍କା ଅଛି ସେ ଲକ୍ଷ ଲକ୍ଷ ଟଙ୍କା ଦେଇ ଚାକିରି କିଣି ନେଉଛି।

ଯେଉଁ ମେଧାବୀ ମାନେ ବର୍ଷ ବର୍ଷ ପରିଶ୍ରମ କରିଛନ୍ତି। ତାଙ୍କ ସହ ପରିବାର ମଧ୍ୟ ପରିଶ୍ରମ କରୁଛି ତାଙ୍କର ଗତି କୁଆଡ଼େ। ଆଶାୟୀଙ୍କ ପରିବାର ତାଙ୍କ ଉପରେ ବହୁତ ଆଶା ରଖିଛନ୍ତି। ସେମାନେ ମଧ୍ୟ ବହୁ ପରିଶ୍ରମ କରି ଟଙ୍କା ପଠାଇଛନ୍ତି। କିନ୍ତୁ ଏଭଳି ବିଭ୍ରାଟ ଆଶାୟୀଙ୍କ ମନୋବଳ ଭାଙ୍ଗି ଦେଉଛି। ତେଣୁ ନିଯୁକ୍ତି ଦୁର୍ନୀତି ରୋକିବାକୁ ସରକାର ଦୃଢ଼ ପଦକ୍ଷେପ ନିଅନ୍ତୁ। ଗରୀବ ଆଶାୟୀଙ୍କୁ ନ୍ୟାୟ ଦିଅନ୍ତୁ। ମୋନାଲିସା କହିଛନ୍ତି ଯେ ସେ ଏକ ହୋଟେଲ ଉପରେ ପରୀକ୍ଷା ଦେଇଥିଲେ। ପରୀକ୍ଷା ୯୦ ମିନିଟ ଥିବା ବେଳେ ୧୫ ମିନିଟ କମ୍ପୁଟର ସ୍କ୍ରିନ ବନ୍ଦ ରହିଥିଲା। ପରେ ମାଉସ କାମ କରି ନ ଥିଲା । ‌

ଉତ୍ତର ଆସୁଥିଲେ ମଧ୍ୟ ସମୟ ଅଭାବରୁ ସେ ସବୁ ପ୍ରଶ୍ନର ଉତ୍ତର ଦେଇପାରିଲିନି। ଏହାସହ ବିଭିନ୍ନ ପରୀକ୍ଷାକେନ୍ଦ୍ରରେ ପରୀକ୍ଷା ବିଳମ୍ବରେ ହୋଇଥିଲା। ଅନ୍ୟ କେନ୍ଦ୍ରରେ ପରୀକ୍ଷା‌ ଦେଉଥିବା ଆଶାୟୀମାନେ ବାହାରକୁ ଆସି ପ୍ରଶ୍ନ ପ୍ରଘଟ କରିଛନ୍ତି। ସେହି ପ୍ରଶ୍ନରେ ପିଲା ପରୀକ୍ଷା ଦେଇଛନ୍ତି। ଫଳରେ ସେମାନେ ପୂର୍ବରୁ ପ୍ରଶ୍ନ ଜାଣି ପରୀକ୍ଷା ଦେଇଛନ୍ତି। ତେଣୁ ଓଏସ୍‌ଏସ୍‌ଏସ୍‌ସି ପରୀକ୍ଷା ବାତିଲ କରି ପୁଣି ଥରେ ସ୍ବଚ୍ଛତାର ସହିତ ପରୀକ୍ଷା କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି। ଆନ୍ଦୋଳନ ପରେ ଏକ ପ୍ରତିନିଧି ଦଳ ବିଭାଗୀୟ ଅଧିକାରୀଙ୍କୁ ଭେଟି ଦାବି ବାବଦରେ ଆଲୋଚନା କରିଥିଲେ। ଅଧିକାରୀ ଆସନ୍ତା କାଲି ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକରେ ଏନେଇ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ସ୍ଥଗିତ କରାଯାଇଥିବା ଷ୍ଟୁଡେଣ୍ଟ ଏଗନେଷ୍ଟ କରପସନର ଆବାହକ ବିଭୂତି ଭୂଷଣ ମହାପାତ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *