ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଏନ୍‌ଡିଏ ତାର ଆସନ ବୁଝାମଣା ଚୂଡ଼ାନ୍ତ କରିଛି

ଝାରଖଣ୍ଡ: ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଏନ୍‌ଡିଏ ତାର ଆସନ ବୁଝାମଣା ଚୂଡ଼ାନ୍ତ କରିଛି । ୮୧ ଆସନ ବିଶିଷ୍ଟ ଝାରଖଣ୍ଡ ବିଧାନସଭାରେ ବିଜେପି ୬୮ ଆସନରେ ଲଢିବ ।ଅଲ୍‌ ଝାରଖଣ୍ଡ ଷ୍ଟୁଡେଣ୍ଟ୍‌ସ ୟୁନିଅନ୍‌ ଏଜେଏସ୍‌ୟୁ ୧୦, ଜେଡିୟୁ ୨, ଏଲ୍‌ଜେପି ଗୋଟିଏ ଆସନରେ ନିର୍ବାଚନ ଲଢ଼ିବେ । ହିମନ୍ତ ବିଶ୍ବଶର୍ମା ଏବଂ ଶିବରାଜ ସିଂହ ଚୌହାନଙ୍କ ସମେତ ଅନ୍ୟ ନେତାମାନେ ରାଞ୍ଚିରେ ଏକ ସାମ୍ବାଦିକ ସମ୍ମିଳନୀ କରି ଆସନ ବୁଝାମଣା ସଂକ୍ରାନ୍ତ ଘୋଷଣା କରିଛନ୍ତି ।ଝାରଖଣ୍ଡରେ ବିଜେପିର ସହ ପ୍ରଭାରୀ ଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି, ଆସନ୍ତା ୨ ଦିନ ମଧ୍ୟରେ ମହାରାଷ୍ଟ୍ର ସହ ଝାଡ଼ଖଣ୍ଡରେ ପ୍ରାର୍ଥୀ ତାଲିକା ଜାରି ହେବ ।ରାଞ୍ଚି ସ୍ଥିତ ବିଜେପି ମୁଖ୍ୟାଳୟରେ ହୋଇଥିବା ମିଳିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ, ହିମନ୍ତ ବିଶ୍ବ ଶର୍ମା ଏଜେଏସ୍‌ୟୁ ପାର୍ଟି ସଭାପତି ସୁଦେଶ ମାହତୋ ଏବଂ ବିଜେପି ରାଜ୍ୟ ସଭାପତି ବାବୁଲାଲ୍‌ ମାରାଣ୍ଡି ଉପସ୍ଥିତ ଥିଲେ । ୨୦୧୯ ଝାରଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପି ୭୯ ଆସନରେ ନିର୍ବାଚନ ଲଢ଼ି ୨୫ଟି ଆସନରେ ଜିତିଥିଲା ।

Leave a Reply

Your email address will not be published. Required fields are marked *