୧୮ରେ ସିଙ୍ଗାପୁର ଯିବେ ମୁଖ୍ୟମନ୍ତ୍ରୀ, ଆଜିଠୁ ଦୁଇଦିନିଆ ଦିଲ୍ଲୀ ଗସ୍ତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୧୮ତାରିଖରୁ ତିନିଦିନିଆ ସିଙ୍ଗାପୁର ଗସ୍ତରେ ଯିବେ। ସେଠାରେ ଆୟୋଜନ ହେବାକୁ ଥିବା ରୋଡ୍‌ ସୋ’ରେ ଯୋଗ ଦେବା ସହ ନିବେଶକଙ୍କ ସହ ଆଲୋଚନା କରିବେ। ଆସନ୍ତା ଜାନୁଆରି, ୨୦୨୫ରେ ଭୁବନେଶ୍ବରରେ ଉତ୍କର୍ଷ ଓଡ଼ିଶା, ମେକ୍‌ ଇନ୍ ଓଡ଼ିଶା କନକ୍ଲେଭ୍ ଆୟୋଜନ ହେବାକୁ ଥିବାବେଳେ ଏଥିରେ ଯୋଗ ଦେବାକୁ ସେ ବିଶ୍ବର କେତେକ ବଡ଼ ଶିଳ୍ପପତିଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି।ଓଡ଼ିଶାରେ ଅଧିକ ପୁଞ୍ଜି ବିନିଯୋଗ ପାଇଁ ନିବେଶକଙ୍କୁ ଭେଟିବେ ଆଜିଠୁ ଦୁଇଦିନିଆ ଦିଲ୍ଲୀ ଗସ୍ତପୂର୍ବ ବର୍ଷଗୁଡ଼ିକ ତୁଳନାରେ ଏଥରର ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ରେ ଯେପରି ଅଧିକ କମ୍ପାନି ଯୋଗଦେବେ ଏବଂ ଅଧିକ ପୁଞ୍ଜିନିବେଶ କରିବେ ସେନେଇ ମୁଖ୍ୟମନ୍ତ୍ରୀ ନିଜେ ପୁଞ୍ଜିପତିମାନଙ୍କୁ ସିଧାସଳଖ ଭେଟୁଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଏହି ବିଦେଶ ଗସ୍ତ ସମୟରେ ତାଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ମୁଖ୍ୟ ସଚିବ ମନୋଜ ଆହୁଜା, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ଏବଂ କେତେକ ବରିଷ୍ଠ ଅଧିକାରୀ ଯିବେ ବୋଲି ଜଣାପଡ଼ିଛି। ସେହିପରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆସନ୍ତାକାଲିଠୁ ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଯିବେ। ଦିଲ୍ଲୀ ଗସ୍ତ ସମୟରେ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଓଡ଼ିଶାର ବିଭିନ୍ନ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *