ବିଧାନସଭାରେ ଉଠିଲା ପୋଲାଭରମ୍ ପ୍ରକଳ୍ପ ପ୍ରସଙ୍ଗ: ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ବର: ପୁଣି ଆଜି ଗୃହରେ ଉଠିଛି ପୋଲାଭରମ୍ ପ୍ରକଳ୍ପ ପ୍ରସଙ୍ଗ। କଂଗ୍ରେସ ବିଧାୟକମାନେ ଏହି ପ୍ରସଙ୍ଗରେ ଆଲୋଚନା ଲାଗି ଦାବି କରିଥିଲେ। କିନ୍ତୁ ଏହାକୁ ବାଚସ୍ପତି ଅଗ୍ରାହ୍ୟ କରିଥିଲେ। ଏହାପରେ ବାଚସ୍ପତିଙ୍କ ପୋଡିୟମ୍ ପାଖକୁ ଆସି ବିରୋଧୀ କଂଗ୍ରେସ ବିଧାୟକମାନେ ନାରାବାଜି ସହ ହଟ୍ଟଗୋଳ କରିଥିଲେ। ପ୍ରଶ୍ନକାଳ ଆରମ୍ଭରୁ ଏଭଳି ଘଟଣା ଦେଖିବାକୁ ମିଳିଛି ବିଧାନସଭାରେ।ଏହାଫଳରେ ବାଚସ୍ପତି ସୁରମା ପାଢ଼ୀ ବାଧ୍ୟ ହୋଇ ପୂର୍ବାହ୍ନ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *