ଗଞ୍ଜାମ ବିଜେଡିକୁ ଝଟକା: ବିଜେଡି ପ୍ରତିଷ୍ଠା ଦିବସରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଲେ ଭଞ୍ଜନଗର ବ୍ଲକ୍ ଅଧ୍ୟକ୍ଷ

ଭଞ୍ଜନଗର (ଓଡ଼ିଶା ଟୁଡେ): ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ସମଗ୍ର ରାଜ୍ୟରେ ପାଳନ କରାଯାଇଛି କିନ୍ତୁ ସମଗ୍ର ରାଜ୍ୟରେ ବିଗତ ସରକାର ର ୨୫ ବର୍ଷର ଶାସନ ବିରୋଧରେ ବିଷ ଓଗାଳୁଛନ୍ତି ଜନତା ଓ କର୍ମୀ । ବିଜେଡି ପ୍ରତିଷ୍ଠା ଦିବସରେ ଭଞ୍ଜନଗର ଫରେଷ୍ଟ ବଙ୍ଗଳାରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ ଓ ବାରୁଡ଼ା, କୁଲାଡ଼ ଓ ବଡ଼କୋଦଣ୍ଡା ପଞ୍ଚାୟତର ସମିତି ସଭ୍ୟ ଓ ସଭ୍ୟା। ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆଦର୍ଶ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ସ୍ଥାନୀୟ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକଙ୍କ କାର୍ଯ୍ୟକଳାପରେ ଅନୁପ୍ରାଣିତ ହୋଇ ସମସ୍ତେ ବିଜେପିରେ ଯୋଗ ଦେଇଥିବା ପ୍ରକାଶ କରିଛନ୍ତି । ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭଞ୍ଜନଗର ଗସ୍ତରେ ଆସିଥିଲେ ଏବଂ ତାଙ୍କ ସହ ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀର ବିଧାୟକ ଭଞ୍ଜନଗର ଗସ୍ତରେ ଆସିଥିଲେ । ତେଣୁ ଆଜିର ଦିନରେ ବିଜେଡି ଛାଡ଼ି ବିଜେପି ଆଦର୍ଶକୁ ଆପଣାଇ ବିଜେଡି ଶିବିରକୁ ସ୍ତବ୍ଧ କରି ଦେଇଛନ୍ତି ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ ଓ ସମିତି ସଭ୍ୟ ମାନେ । ଆଜିର ମିଶ୍ରଣ ପର୍ବ ସମୟରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକଙ୍କ ସହ କନ୍ଧମାଳ ସାଂସଦ ପ୍ରତିନିଧି ସନ୍ତୋଷ ତିଆଡି, ରବୀନ୍ଦ୍ର ଗୌଡ଼, ନୀଳମାଧବ ପାତ୍ର, ଶିବ ପ୍ରସାଦ ମହାପାତ୍ର, ସୁବାସ ବରାଡ, ହୃଷୀକେଶ ପ୍ରଧାନ, ବ୍ରହ୍ମାନନ୍ଦ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *