ନୂଆବର୍ଷରେ ଫୁଲତୋଡା ନୁହେଁ,ଉପହାର ଦିଅନ୍ତୁ ଗଛଚାରା: ଆଇନମନ୍ତ୍ରୀ

ଭୁବନେଶ୍ବର: ନୂଆବର୍ଷରେ ପ୍ରିୟଜନଙ୍କୁ ଫୁଲତୋଡା ଦିଅନ୍ତୁ ନାହିଁ ବୋଲି ଆଇନମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ଫୁଲତୋଡା ବଦଳରେ ଗଛଚାରା ଉପହାର ଦେବାକୁ ସେ କହିଛନ୍ତି। ଚାରା ପରିବେଶକୁ ସୁରକ୍ଷା ଦେବ।ଏହି ଉପହାର ଜଳବାୟୁକୁ ସଂରକ୍ଷଣ କରିବା ସହିତ ପରିବେଶ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

ନିର୍ବାଚନୀ ଇସ୍ତାହାରରେ ଜଳବାୟୁ ପରିବର୍ତ୍ତନ କଥା ଲେଖିଥିଲୁ। ଜଳବାୟୁ ସଂରକ୍ଷଣ ପ୍ରତି ଆମେ ସଜାଗ ଅଛୁ ବୋଲି ମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *