
ଭଞ୍ଜନଗର (ଓଡ଼ିଶା ଟୁଡେ): ଭଞ୍ଜନଗର ବ୍ଲକ କୃଷି ବିଭାଗ ପକ୍ଷରୁ ଶୁକ୍ରବାର ଦିନ କାର୍ଯ୍ୟାଳୟ ପରିସରରେ କୃଷି ରଥ ଶୁଭାରମ୍ଭ ହୋଇଛି I ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ସବୁଜ ପତକା ଦେଖାଇ କୃଷି ରଥର ଶୁଭାରମ୍ଭ କରିଛନ୍ତି ।ଏହି ରଥ ଭଞ୍ଜନଗର ବ୍ଲକର ବିଭିନ୍ନ ପଞ୍ଚାୟତ ସମେତ ଗାଁ କୁ ଗାଁ ବୁଲି ପିଏମ୍ କିଷାନ,ସିଏମ କିଷାନ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଭଳି କୃଷି ସମ୍ବନ୍ଧୀୟ ବିଭିନ୍ନ ସରକାରୀ ଯୋଜନାର ପ୍ରଚାର ପ୍ରସାର ସହ ଚାଷୀ ମାନଙ୍କୁ ସଚେତନ କରିବ Iକୃଷକ ରଥ ଶୁଭାରମ୍ଭ ସମୟରେ ଭଞ୍ଜନଗର କୃଷି ଜିଲ୍ଲା ଅଧୂକାରୀ ବ୍ୟାମକେଶ ମିଶ୍ର, ବ୍ଲକ କୃଷି ଅଧୂକାରୀ ସଂଗ୍ରାମ କୁମାର ସେନାପତି, ସହକାରୀ କୃଷି ଅଧୂକାରୀ ଦିବ୍ୟରଞ୍ଜନ ମାଝୀ, ପ୍ରମୁଖ ଯୋଗ ଦେଇଥିଲେ I