ଭଞ୍ଜନଗର: ବାରୁଡ଼ା ଗ୍ରାମ ରେ ବୈଦିକ ଯଜ୍ଞ

ଭଞ୍ଜନଗର (ଅରକ୍ଷିତ ପରିଚ୍ଛା, ଓଡ଼ିଶା ଟୁଡେ): ବୈଦିକ ଯଜ୍ଞ ସଂସ୍କୃତି ଦ୍ବାରା ଆତ୍ମା ପବିତ୍ର ହୋଇଥାଏ । ନିଜର ପ୍ରାଚୀନ ପରମ୍ପରାକୁ ଉଦ୍ଧାର କରିବା ସହ ଯଜ୍ଞ ଦ୍ବାରା ଆମର ଆଗାମୀ ପିଢ଼ି ସଂସ୍କାରିତ ହୋଇପାରିବେ । ଏନେଇ ବାରୁଡ଼ା ନିକଟ ପଙ୍କଳ ଗ୍ରାମର କୈଳାଶ ପ୍ରଧାନ ଏବଂ ଧର୍ମପତ୍ନୀ ମାମଜିନି ପ୍ରଧାନଙ୍କ ପୁତ୍ର ସତ୍ୟ ପ୍ରକାଶଙ୍କର ନାମକରଣ ସଂସ୍କାର ବୈଦିକ ଯଜ୍ଞ ମାଧ୍ୟମରେ କରାଯାଇଛି । ବାହାଡ଼ାପଦର ଗାୟତ୍ରୀ ପରିବାର ଦ୍ଵାରା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ଗାୟତ୍ରୀ ପରିବାର ତରଫରୁ ସୀମାଞ୍ଚଳ ପାତ୍ର, ରଞ୍ଜିତ କୁମାର ବିଷୋୟୀ, ପୀତବାସ ବାଡ଼ତ୍ୟା, ଯଜ୍ଞ ବିଷୋୟୀ, ବିବେକା ସ୍ୱାଇଁ, ବିଧାନ ନାୟକ, ଶନିଶ୍ଚର ବିଷୋୟୀ, ଗୋପାଳ ନାୟକ, ଗୋପାଳ ଚନ୍ଦ୍ର ପ୍ରଧାନ, ନରହରି ବିଷୋୟୀ, ଉମାକାନ୍ତ ଭୁଁୟା, ମିକୁ ପ୍ରଧାନ, ଲିଲି ଗୌଡ଼, ଦିବ୍ୟସିଂହ ପ୍ରଧାନ, ପ୍ରତାପ ପ୍ରଧାନ, ସୁବାଷ ଚନ୍ଦ୍ର ପ୍ରଧାନ, ଲକ୍ଷ୍ମୀ ପ୍ରଧାନ, ରେଖାରାଣୀ ପ୍ରଧାନ, ରଶ୍ମି ପ୍ରଧାନ ଉପସ୍ଥିତ ରହି ଯଜ୍ଞ ପରିଚାଳନା ଏବଂ ଶିଶୁକୁ ଆଶୀର୍ବାଦ ପ୍ରଦାନ କରିଥିଲେ । ପରେ ବିଶ୍ଵର କଲ୍ୟାଣ ପାଇଁ ସାମୁହିକ ଶାନ୍ତି ପାଠ କରାଯାଇଥିଲା ।

Leave a Reply

Your email address will not be published. Required fields are marked *