ଭଞ୍ଜନଗର: ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି ବୈଠକ

ଭଞ୍ଜନଗର (ଓଡ଼ିଶା ଟୁଡେ): ଶୁକ୍ରବାର ଅପରାହ୍ନ ରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ସଂପର୍କ ରେ ଏକ ପ୍ରସ୍ତୁତି ବୈଠକ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସେଠୀ ଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ସାଧାରଣତନ୍ତ୍ର ଦିବସ ପାଳନ ନେଇ ଉପଜିଲ୍ଲାପାଳ ଶ୍ରୀ ଅନିଲ ସେଠୀ ସମସ୍ତ ସଭ୍ୟ ସଭ୍ୟା ଙ୍କର ସହଯୋଗ କାମନା କରିବା ସହିତ ସମସ୍ତ ଙ୍କୁ ଶୁଭେଚ୍ଛା ଜଣାଇ ଥିଲେ । ଜାନୁଆରୀ ଛବିଶି ଦିବସ ଦିନ ପ୍ରତ୍ୟୁଷ ଘ ୫ :00 ମି ରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଡ଼ାକବାଜି ଯନ୍ତ୍ର ଦ୍ବାରା ସହର ରେ ରାମଧୁନ୍ ପରିବେଷଣ କରାଯିବ । ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ସକାଳ ଘ ୭ଘଣ୍ଟା ୧୫ମି ରେ ପତାକା ଉତ୍ତୋଳନ କରିବେ । ସକାଳ ଘ ୮.୩୦ମି ରେ ସ୍ଥାନୀୟ ଜେଲ ପଡ଼ିଆ (ଷ୍ଟାଡିୟମରେ )ମୁଖ୍ୟ ଅତିଥି ଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯିବ । ଚଳିତ ବର୍ଷ ପ୍ୟାରେଡ୍ ରେ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିବେ l ଏହା ସହ ଛାତ୍ରଛାତ୍ରୀ ଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ। ପ୍ୟାରେଡ୍ ଅଭ୍ୟାସ ଆସନ୍ତା ୨୩-୧-୨୦୨୫ ଓ ୨୪-୧-୨୦୨୫ ରେ ସ୍ଥାନୀୟ ଜେଲ ଗ୍ରାଉଣ୍ଡ ଷ୍ଟାଡିୟମରେ ଅଭ୍ୟାସ କରିବା ନିମନ୍ତେ ସ୍ଥିର କରାଯାଇଛି । ଏଥି ସହ ଓଡ଼ିଆ ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ ଓ ବ୍ରକ୍ତୃତା ପ୍ରତିଯୋଗିତା ଉପଖଣ୍ଡ ସ୍ତରୀୟ ଅନୁଷ୍ଠିତ ହେବ। ଚଳିତ ବର୍ଷ ଉପଖଣ୍ଡର ପ୍ରତି ବ୍ଲକ ରୁ ଗୋଟିଏ ଲେଖାଏଁ ପ୍ୟାରେଡ୍ ଟୃଫ୍ ଅଂଶଗ୍ରହଣ କରିବେ ବୋଲି ସ୍ଥିର କରାଯାଇଛି । ଏହି ପ୍ରସ୍ତୁତି ବୈଠକ ରେ ଭଂଜନଗର ତହସିଲଦାର ଉମାଶଙ୍କର ବେହେରା, ଭଞ୍ଜନଗର ସହ ଗୋଷ୍ଠୀ ଶିକ୍ଷାଧିକାରୀ ସମେତ ସମସ୍ତ ବିଭାଗର ସରକାରୀ ଅଧିକାରୀ, ଏନ୍.ସି.ସି ଅଫିସର କେ.ଏ ସ.ୟୁ ବି କଲେଜ, ମଧୁସୂଦନ ଟ୍ରଷ୍ଟ ର ଶ୍ରୀ ସୁନୀଲ କୁମାର ପଟ୍ଟନାୟକ, ବଣିକ ସଂଘର ସମ୍ପାଦକ ସୁଶାନ୍ତ କୁମାର ମହାପାତ୍ର ଓ ଖୁଚୁରା ବ୍ୟବସାୟୀ ସଂଘ ର ସଭାପତି ଗୌରୀ ଶଙ୍କର ପାତ୍ର ଓ ସମ୍ପାଦକ ବିଭିନ୍ନ ଅନୁଷ୍ଠାନର ସଦସ୍ୟ, ସମାଜ ସେବୀ ମୁରଲୀଧର ପଣ୍ଡା ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ସମସ୍ତ ସାମ୍ବାଦିକ, ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ l ଏହି ପ୍ରସ୍ତୁତି ବୈଠକ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୂଚନା ଲୋକ ସମ୍ପର୍କ ବିଭାଗର ପ୍ରଦୀପ କୁମାର ପାତ୍ର ଓ ତାରିଣି ସାହୁ ସହଯୋଗ କରିଥିଲେ । ଶେଷରେ ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଶତପଥୀ ସମସ୍ତ ଙ୍କ ସହଯୋଗ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *