ଜଗନ୍ନାଥ ପ୍ରସାଦ: ଭୋଟ ଅଧିକାର ସମ୍ବନ୍ଧୀୟ ସଚେତନ କାର୍ଯ୍ୟକ୍ରମ

ଜଗନ୍ନାଥ ପ୍ରସାଦ (ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜ ପରିସରରେ ଭୋଟ ଅଧିକାର ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁ ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରି ମତଦାନ ଅଧିକାର ସମ୍ପର୍କରେ ନିଜର ସୁଚିନ୍ତିତ ମତବ୍ୟକ୍ତ କରିଥିଲେ । ଆଇ.କ୍ୟୁ.ଏସି ସଂଯୋଜକ ତଥା ଜାତୀୟ ସେବା ଯୋଜନା ଅଧିକାରୀ ଡ଼ଃ ପ୍ରମୋଦ କୁମାର ଚୌଧୁରୀ ଛାତ୍ରଛାତ୍ରୀ ମାନଙ୍କୁ ମତଦାନ ଅଧିକାର ବିଷୟରେ ସଚେତନ କରାଇଥିଲେ । “ମୁଁ ନିଶ୍ଚେ ମତଦାନ କରିବି” କହି ସମସ୍ତ ଭୋଟର ମାନଙ୍କୁ ମତଦାନ କରିବା ପାଇଁ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଶ୍ରୀ ବିରଞ୍ଚି ନାରାୟଣ ପ୍ରଧାନ, ଶ୍ରୀ ଶ୍ରୀକାନ୍ତ ପାତ୍ର , ଅଧ୍ୟାପିକା ଶ୍ରୀମତୀ ସୁଚରିତା କର ପ୍ରମୁଖ ଯୋଗଦେଇଥିଲେ । ତୃତୀୟ ବର୍ଷର ଛାତ୍ରୀ ସୋନୁ ବେହେରା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ପରେ ପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଭୋଟର ସଚେତନ ସମ୍ବନ୍ଧିତ ବକ୍ତୃତା, ସାଧାରଣ ଜ୍ଞାନ ଓ ସ୍ଲୋଗାନ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପରିଶେଷରେ ଅଧ୍ୟାପକ ଶ୍ରୀଯୁକ୍ତ ବିଭୂତି ଭୂଷଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଗ୍ରନ୍ଥା ଗାରିକ ଶ୍ରୀଯୁକ୍ତ ରଘୁନାଥ ପାଣି , ଡି.ଇ.ଓ ସରୋଜ କୁମାର ନାୟକ ସମେତ ସ୍ବେଚ୍ଛାସେବୀ ଓମ୍ ପ୍ରକାଶ ପ୍ରଧାନ, ଶୋଭନ ସାହୁ, ଲିପୁ ସାହୁ , ରାଜେନ୍ଦ୍ର ନାୟକ, ସାଇରାମ ପ୍ରଧାନ, ଶୁଭଲକ୍ଷ୍ମୀ ପ୍ରଧାନ, ବୈଶାଖୀ ଚୌଧୁରୀ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *