ବାଲିପଦର ଫରେଷ୍ଟ ପାର୍କ ଠାରେ “ଘୁମୁସର ର ସ୍ବର” ପକ୍ଷରୁ ୧୪୫ତମ ସାହିତ୍ୟ ଆଲୋଚନା ଚକ୍ର

ବୁଗୁଡ଼ା (ଓଡ଼ିଶା ଟୁଡେ): ପବିତ୍ର ପୁଷାଭିଷେକ ଉତ୍ସବ ଅବସରରେ ଜିଲ୍ଲାର ଜଣାଶୁଣା ସାହିତ୍ୟ ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ପକ୍ଷରୁ ୧୪୫ତମ ପୁର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର ପ୍ରତିଷ୍ଠାନର ସଭାପତି ତଥା ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇ ଯାଇଛି। ସମାଜସେବୀ ଇଞ୍ଜିନିୟର ଲକ୍ଷ୍ମୀ ପ୍ରସାଦ ନାୟକଙ୍କ ଫରେଷ୍ଟ ପାର୍କ ଠାରେ ଅନୁଷ୍ଠିତ ଏହି ସାହିତ୍ୟ ଆଲୋଚନା ଚକ୍ରରେ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମେତ ବହୁ ଶିକ୍ଷାବିତ୍ ସାହିତ୍ୟିକ ଯୋଗଦେଇ ପ୍ରଥମେ ବ୍ରହ୍ମପୁରର ବିଶିଷ୍ଟ ଅନୁବାଦିକା ତଥା କବି ସ୍ବର୍ଗତ ଅମିୟ ବାଳା ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏକ ମିନେଟ୍ ନୀରବ ପାର୍ଥନା କରାଯାଇଥିଲା। ଆଲୋଚନା ଚକ୍ରରେ ସର୍ବଶ୍ରୀ ସାହିତ୍ୟ ସଂସ୍କୃତି ପ୍ରେମୀ ଧନେଶ୍ବର ଜୋନା, ସାହିତ୍ୟିକ ତଥା କବି ପଦ୍ମ ଲୋଚନ ଗୌଡ , କବି ସୁରେଶ ଚନ୍ଦ୍ର ପାଢ଼ୀ, କୈଳାସ ଚନ୍ଦ୍ର ପ୍ରଧାନ, କେ.ରାଘବ ପାତ୍ର, ବସନ୍ତ କୁମାର ସାହୁ, ଇ.ନିଳାଚଳ ପାତ୍ର, ନିରଞ୍ଜନ ପାତ୍ର ପ୍ରମୁଖ ଯୋଗଦେଇ କବିସୂର୍ଯ୍ୟ ବଳଦେବ ରଥଙ୍କ ଜନ୍ମସ୍ଥାନ ସମ୍ପର୍କରେ ଉପୁଜିଥିବା ବିବାଦ ଉପରେ ତର୍ଜମା କରି କବିସୂର୍ଯ୍ୟ ବଳଦେବ ରଥ ପ୍ରାଚୀନ ବୋଇରାଣୀ ନିକଟସ୍ଥ ଆଠଗଡ
ପାଟଣା ସ୍ଥିତ ନିଜ ମାମୁଁ ଘରେ ଜନ୍ମ ଗ୍ରହଣ କରିଥିବା ଅତିଥି ମାନେ ନିଜ ବକ୍ତବ୍ଯରେ ମତବ୍ୟକ୍ତ କରିଥିଲେ। ବଭିନ୍ନ କବି ନିଜନିଜ କବିତା ଆବୃତି କରିଥିଲା ବେଳେ ବାଲିପଦର ଅଞ୍ଚଳର ଐତିହ୍ୟ କଳା, ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ଆଲୋଚନା ହୋଇଥିଲା। ଶେଷରେ ମନୋ ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *