ଭବାନୀପାଟଣା ଠାରେ ଶିକ୍ଷା ବିକାଶ ସମିତିର ୩୬ତମ ପ୍ରାଦେଶିକ ଖେଳକୁଦ ସମାରୋହ ୨୦୨୫ ପାଇଁ ସାମ୍ବାଦିକ ସମ୍ମିଳନୀ

ଭବାନୀ ପାଟଣା (ପର୍ଶୁରାମ ସିନ୍ଦୁର, ଓଡିଶା ଟୁଡ଼େ): ଆଗାମୀ ଜାନୁଆରୀ ୩୦ ରୁ ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଲାଲ୍ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଶିକ୍ଷା ବିକାଶ ସମିତିର ୩୬ତମ ପ୍ରାଦେଶିକ ଖେଳକୁଦ ସମାରୋହ ୨୦୨୫ ଆୟୋଜିତ ହେବାକୁ ଯାଉଛି। ରାଜ୍ୟର ୯ଟି ସମ୍ଭାଗ୍ ଖେଳକୁଦ ସମାରୋହରେ କୃତି ହାସଲ କରିଥିବା ସମସ୍ତ ଛାତ୍ରଛାତ୍ରୀ ଏଥିରେ ସାମିଲ ହେଇ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବେ। ସଙ୍କୁଳ ସ୍ତରରେ ଉତ୍ତୀର୍ଣ୍ଣ ହେଇଥିବା ପ୍ରତିଯୋଗୀ ମାନେ ସଂଭାଗ ସ୍ତରରେ ଭାଗ ନେଇ ସେଥିରେ କୃତି ହାସଲ କରିଥିବା ଛାତ୍ରଛାତ୍ରୀ ଆଗାମୀ ପ୍ରାଦେଶିକ ସ୍ତରୀୟ ଖେଳକୁଦ ସମାରୋହରେ ଅଂଶଗ୍ରହଣ କରିବେ। ଏହି ପରିପେଖୀରେ ଭବାନୀପାଟଣା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବ୍ରଜବିହାର ଠାରେ ଏକ ସାମ୍ବାଦିକ ସମ୍ମିଳନୀ ହେଇଯାଇଛି। ଏଥିରେ ଶିକ୍ଷା ବିକାଶ ସମିତିର ପ୍ରାଦେଶିକ ସଙ୍ଗଠନ ମନ୍ତ୍ରୀ ତାରକ୍ ଦାସ ସରକାର , ଉପ ସଭାପତି କମଳା କାନ୍ତ ମିଶ୍ର, ସାଧାରଣ ସମ୍ପାଦକ ଡ଼ ସରୋଜ କୁମାର ହାତୀ, ପ୍ରାନ୍ତୀୟ ଖେଳକୁଦ ଶିକ୍ଷା ସଂଯୋଜକ ସଞ୍ଜୟ କୁମାର ମିଶ୍ର, ଦକ୍ଷିଣ ସମ୍ଭାଗ ସଂଯୋଜକ ସୁକାନ୍ତ କୁମାର ବେହେରା, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବ୍ରଜବିହାର୍ ସଭାପତି ଦିନବନ୍ଧୁ ମୁଣ୍ଡୁ ମୁଖ୍ୟ ମଞ୍ଚାଷିନ ହେଇଥିଲେ। ଶିକ୍ଷା ବିକାଶ ସମିତିର ସଙ୍କୁଳ ପ୍ରମୁଖ ଅଶୋକ କୁମାର ସିଂହ, କଳାହାଣ୍ଡି ବିଭାଗ ପ୍ରମୁଖ ବିପିନ୍ ବିହାରୀ ମିଶ୍ର ମଧ୍ୟ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *