କଳାହାଣ୍ଡି ଉତ୍ସବ ଅବସରରେ ମହିଳାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା

ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଲା ମହିଳାଙ୍କ ବୈଶାଖୀ ନୃତ୍ୟ

କଳାହାଣ୍ଡି (ପର୍ଶୁରାମ ସିନ୍ଦୁର, ଓଡ଼ିଶା ଟୁଡ଼େ): ୨୭ ତମ କଳାହାଣ୍ଡି ଉତ୍ସବ ଅବସରରେ ମହିଳା ଉପ ସମିତି ଦ୍ୱାରା ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଛି। ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିଆରପିଏଫ ୬୪ ବାଟାଲିୟନର ଦୁର୍ଗପତି ପଙ୍କଜ ଚୌଧୁରୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଦୁର୍ଗପତି ପ୍ରଶାନ୍ତ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଚେତା ପାଣି, ଜିଲ୍ଲା ଯୋଜନା ଉପ ନିର୍ଦ୍ଦେଶକ ଶ୍ରୀକାନ୍ତ ଦଳେଇ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମୁଜିବୁନ ନିଶା, ମିଶନଶକ୍ତିର ସୁମନ ଦ୍ବିବେଦୀ, କାର୍ଯ୍ୟକ୍ରମ ଅଧିକାରୀ ସୁଚିତ୍ରା ମହାପାତ୍ର, ମନୀଷା ପ୍ରିୟମ୍ବଦା ବେହେରା ପ୍ରମୁଖ ଯୋଗ ଦେଇଥିଲେ। ମହିଳା ଉପସମିତିର ଅଧ୍ୟକ୍ଷା ଜ୍ୟୋତିରାଣୀ ଦାସଙ୍କ ଅଧ୍ୟକ୍ଷତାରେ ତଥା ସଦସ୍ୟ ସ୍ନେହଲତା ଷଡ଼ଙ୍ଗୀ, ମିନତୀ ପ୍ରଧାନ, ସୁକାନ୍ତି ସରାଫଙ୍କ ତତ୍ୱାବଧାନରେ ମହିଳାମାନଙ୍କ ମଧ୍ୟରେ ଝୋଟି, କଳାହାଣ୍ଡିଆ ପାରମ୍ପରିକ ବେଶ ପୋଷାକ, ଏକକ ଅଭିନୟ, ବତ୍କୃତା, ଶଙ୍ଖ ଫୁଙ୍କା, ହୁଳହୁଳି, ଅନ୍ଧପୁଟୁଳି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ଅବସରରେ ଝୋଟିରେ ଜୟନ୍ତୀ ସିଂହ, ତପସ୍ୱିନୀ ଦଳେଇ, ନିରୁପମା ବେହେରା ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ଇପ୍ସିତା ପଣ୍ଡା, ମିନତୀ ବେହେରା, ମନୀଷା ପ୍ରିୟମ୍ବଦା ବେହେରା ବିଚାରକ ଦାୟିତ୍ୱ ତୁଲାଇଥିଲେ। କଳାହାଣ୍ଡିଆ ପାରମ୍ପରିକ ବେଶ ପୋଷାକରେ ପ୍ରିୟଦର୍ଶିନୀ ବିଶୋଇ, ମିନତୀ ପ୍ରଧାନ, ପିହୁ ପଟ୍ଟନାୟକ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ଚାରୁ ଷଡ଼ଙ୍ଗୀ, ନମିତା ମିଶ୍ର, ମିନତୀ ବେହେରା ବିଚାରକ ଦାୟିତ୍ୱ ତୁଲାଇଥିଲେ। ଏକକ ଅଭିନୟରେ ନିବେଦିତା ମହାନ୍ତି, ପ୍ରିୟଦର୍ଶିନୀ ବିଶୋଇ ଓ ମିନତୀ ପ୍ରଧାନ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ସ୍ବର୍ଣ୍ଣକାନ୍ତି ବୈକାର, ପୁଷ୍ପାଞ୍ଜଳି ଦୀପ ଓ ଉମାଶଙ୍କରି ପାଲ ବିଚାରକ ଦାୟିତ୍ୱ ତୁଲାଇଥିଲେ। ବତ୍କୃତା ପ୍ରତିଯୋଗିତାରେ ପ୍ରିୟଦର୍ଶିନୀ ବିଶୋଇ, ମିନତୀ ପ୍ରଧାନ, ସରିତା ରଥ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ନୂତନ ପାଟଯୋଶୀ ଛନ୍ଦିତା ଦାଶ, ମମତା ତ୍ରିପାଠୀ ବିଚାରକ ଦାୟିତ୍ୱ ତୁଲାଇଥିଲେ। ଶଙ୍ଖଫୁଙ୍କାରେ ଗୀତାଞ୍ଜଳି ପତି, ଶଙ୍ଖଶିନୀ ମୁଣ୍ଡ ଓ ସୁନୀତା ସାହା ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ହୁଳହୁଳି ପ୍ରତିଯୋଗିତାରେ ସୁବାସିନୀ ପାତ୍ର, କବିତା ସାହୁ, ନିବେଦିତା ମହାନ୍ତି ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଉଭୟ ପ୍ରତିଯୋଗିତାରେ ବିଚାରକ ଭାବେ ରାଜେଶ୍ୱରୀ ଜୟରାଜ, ଜାହ୍ନବୀ ସାହୁ, ମନସା ଦାସ ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ। ସେହିପରି ଅନ୍ଧପୁଟୁଳି ପ୍ରତିଯୋଗିତାରେ ଆରକୁଲି ସୁନା ପ୍ରଥମ ଓ ସ୍ନେହଲତା ପରିଡ଼ା ଦ୍ଵିତୀୟ ସ୍ଥାନ ଅଧିକାର କରିଥିବାବେଳେ ବିଚାରକ ଭାବେ ମମତା ତ୍ରିପାଠୀ, ମିନତୀ ବେହେରା ଦାୟିତ୍ୱ ତୁଲାଇଥିଲେ। ସେହିପରି ମହିଳାଙ୍କ ଦ୍ୱାରା ବୈଶାଖୀ ନୃତ୍ୟ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା ।

Leave a Reply

Your email address will not be published. Required fields are marked *