ଭଞ୍ଜନଗର ଦିବ୍ୟ ଜୀବନ ସଂଘ ଅମୃତ ମହୋତ୍ସବ ୨୩ ରୁ ୨୫ ଜାନୁଆରୀ ଅନୁଷ୍ଠିତ ହେବ

ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଭଞ୍ଜନଗର ଦିବ୍ୟ ଜୀବନ ସଂଘ ଶାଖା ପକ୍ଷରୁ ଚଳିତ ବର୍ଷ ତାର ୭୫ ବର୍ଷ ପୂର୍ତ୍ତି ଉତ୍ସବ ତଥା ଅମୃତ ମହୋତ୍ସବ ଆଧ୍ୟାତ୍ମିକ ସମ୍ମିଳନୀ ଆସନ୍ତା ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଟାଉନ୍ ହଲ ଠାରେ ଅନୁଷ୍ଠିତ ହେବ । ଏନେଇ ଆଜି ଆଜି ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମଳନୀରେ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଦାନନ୍ଦ ସାଂସ୍କୃତିକ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଥିଲା । ଆଧ୍ୟାତ୍ମିକ ସମ୍ମିଳନୀରେ ଋଷିକେଶ ଶିବାନନ୍ଦ ଆଶ୍ରମର ଉପାଧ୍ୟକ୍ଷ ସ୍ବାମୀ ନିର୍ଲିପ୍ତାନନ୍ଦ ସରସ୍ବତୀ, ବରିଷ୍ଠ ସନ୍ୟାସୀ ସ୍ବାମୀ ଶିବଚିଦାନନ୍ଦ ସରସ୍ବତୀ, ରାଉରକେଲା ବେଦବ୍ୟାସ ଆଶ୍ରମର ସନ୍ୟାସୀ ସ୍ବାମୀ ବ୍ରହ୍ମସାକ୍ଷାତକାରା ନନ୍ଦ ସରସ୍ବତୀ, ବରିଷ୍ଠ ସନ୍ୟାସୀ ଗ୍ରାମୀ ଆନନ୍ଦ ସ୍ବରୁପାନନ୍ଦ, ଦେବଭକ୍ତାନନ୍ଦଜୀ ସରସ୍ବତୀଙ୍କ ସମେତ ବହୁ ସାଧୁସନ୍ଥ ଯୋଗ ଦେବା ନେଇ ସୂଚନା ଦିଆଯାଇଛି। ଏଥିସହ ବିଧାୟକ ପ୍ରଦ୍ୟୁମ୍ନ କମାର ନାୟକ, କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ ମଧ୍ୟ ଏଥିରେ ଅତିଥି ଭାବେ ଯୋଗ ଦେବେ ବୋଲି ଜଣାପଡିଛି । ପୂର୍ବଦିନ କଳସ ଯାତ୍ରା ସହ ନାମ କୀର୍ତ୍ତନ ହେବ । ଏହି ଅବସରରେ ଆଶ୍ରମ ପ୍ରତିଷ୍ଠା ସହ ଗୁରୁମହାରାଜ ସ୍ବାମୀ ଚିଦାନନ୍ଦଙ୍କ ବିଗ୍ରହ ପ୍ରତିଷ୍ଠା ହେବ ବୋଲି ସୂଚନା ଦିଆଯାଇଛି । ବିଦ୍ୱାନ ସନ୍ୟାସୀଙ୍କ ଯୋଗ ଓ ନୈତିକ ଶିକ୍ଷା ଠାରୁ ଆରମ୍ଭ କରି ଦିନ ୩ ଦିନ ବ୍ୟାପି ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଜାରି ରହିବ । ଏଥିରେ ବିଭିନ୍ନ ସ୍ଥାନରୁ ସହସ୍ରାଧିକ ଶ୍ରଦ୍ଧାଳୁ ସାମିଲ ହେବାକୁ ଥିବା ବେଳେ ପରିଚାଳନା ନିମନ୍ତେ ହନୁମାନ ଜୟନ୍ତୀ କିମିଟି ଓ ବିପଦର ବନ୍ଧୁ ଅନୁଷ୍ଠାନ ସଦସ୍ୟ ସହଯୋଗ କରିବେ ବୋଲି କୁହାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ଉପଦେଷ୍ଟା ଶିବରାମ ପଣ୍ଡା, ସଭାପତି ପଦ୍ମନାଭ ପ୍ରଧାନ, ସମ୍ପାଦକ ପ୍ରଫୁଲ କୁମାର ପଟ୍ଟନାୟକ, ପଣ୍ଡିତ ବିପ୍ରଚରଣ ସାହୁ, ପ୍ରଦୀପ କୁମାର ସ୍ବାଇଁ, ସୁଶାନ୍ତ ମହାପାତ୍ର, ଜଗତବନ୍ଧୁ ନାୟକ, ରବୀନ୍ଦ୍ର ନାଥ ପତି, ଉପସଭାପତି ଶ୍ୟାମ ସୁନ୍ଦର ରଣସିଂ, ଗୌରୀ ଚରଣ ଜେନା, ବିଶ୍ବନାଥ ନାୟକ, ଗୋପିନାଥ ପଣ୍ଡା,bସୁକାନ୍ତ କୁମାର ସାହୁ, ଅରକ୍ଷିତ ପରିଚ୍ଛା ଉପସ୍ଥିତ ରହି ସୂଚନା ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *