
ପ୍ରୟାଗରାଜ : ୨୦୨୫ ମହାକୁମ୍ଭ ଅବସରରେ ପ୍ରୟାଗରାଜର ନମାମି ଗଙ୍ଗେ ଅଭିଯାନ ଦ୍ୱାରା ନମାମି ଗଙ୍ଗେ ପାଭିଲିୟନ କରାଯାଇଛି । ଗଙ୍ଗାର ଜୈବ ବିବିଧତା ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପରେ ପର୍ଯ୍ୟବସିତ ଏକ ଟନେଲ କରାଯାଇଛି । ପ୍ରତିଦିନ ଶହ ଶହ ପର୍ଯ୍ୟଟକ ଏହା ଭିତରେ ବୁଲାବୁଲି କରି ସୁଖଦ ଅନୁଭୂତି ନେଇ ଫେରୁଛନ୍ତି । ଆଧୁନିକ ଯାନ୍ତ୍ରିକ କଳା କାରିଗରୀ ଦ୍ୱାରା ବିଭିନ୍ନ ପ୍ରସଙ୍ଗରେ ବୁଲି ଆସୁଥିବା ପର୍ଯ୍ୟଟକମାନଙ୍କୁ ଏଠାରେ ସୂଚନା ପ୍ରଦାନ କରାଯାଇଛି । ଏହି ପ୍ରଦର୍ଶନୀରେ ଗଙ୍ଗାର ଜୀବନ ପ୍ରଦାନକାରୀ ମହତ୍ୱର ଅବତାରଣା କରାଯିବା ସହ ବିଭିନ୍ନ ପକ୍ଷୀଙ୍କ କଳରବ ଶୁଣି ପାରିବାର ସମସ୍ତ ପ୍ରୟାସ କରାଯାଇଛି ।ମୁଖ୍ୟ ଆକର୍ଷଣ : ଡିଜିଟାଲ ପ୍ରଦର୍ଶନୀଗଙ୍ଗା ସଫେଇ ଓ ସଂରକ୍ଷଣ ଉପରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଏହି ଡିଜିଟାଲ ପ୍ରଦର୍ଶନୀରେ ପ୍ରଦର୍ଶନ କରାଯାଉଛି । ସେହିପରି ପ୍ରୟାଗ ପ୍ଲାଟଫର୍ମରେ ଗଙ୍ଗା, ଯମୁନା ନଦୀ ଓ ସେମାନଙ୍କର ଶାଖା ନଦୀ ଉପରେ ବିଭିନ୍ନ ତଥ୍ୟର ସୂଚନା ପ୍ରଦାନ କରାଯାଇଛି । ଏହି ପ୍ଲାଟଫର୍ମରୁ ନଦୀର ଜଳସ୍ତର, ସଫେଇ, ପ୍ରଦୂଷଣ ସମ୍ପର୍କିତ ତଥ୍ୟ ମିଳିପାରୁଛି । ଗଙ୍ଗା ସଫେଇ ନେଇ ସରକାରୀ ପଦକ୍ଷେପ ଏହି ପାଭିଲିୟନରେ ଗଙ୍ଗା ନଦୀର ରିଭର ଫ୍ରଂଟ ଓ କୂଳରେ ରହିଥିବା ସ୍ୱେରେଜ ଟ୍ରିଟମେଂଟ ପ୍ଲାଂଟ ଉପରେ ବିଭିନ୍ନ ସୂଚନା ଦିଆଯାଇଛି । ଯାନ୍ତ୍ରିକ ସହାୟତା ସହ ଭିତିଭୂମି ବିକାଶ କରି କିପରି ସରକାର ଓ ଅନ୍ୟାନ୍ୟ ସଂସ୍ଥା ନଦୀ ସଫେଇ ଦିଗରେ ପଦକ୍ଷେପ ନେଇଛନ୍ତି ତାର ଚିତ୍ର ରୂପ ଏହି ପାଭିଲିୟନରେ ସ୍ଥାନିତ କରାଯାଇଛି । ଗଙ୍ଗା ଡଲଫିନ, କଇଁଚ, କୁମ୍ଭୀର, ମାଛ ପରି ବିଭିନ୍ନ ଜୀବଙ୍କର ପ୍ରତିକୃତି ବି ଏଠାରେ ସ୍ଥାନିତ ହୋଇଛି ।
ଗଙ୍ଗାର ଜୈବ ବିବିଧତା ଓ ସଂରକ୍ଷଣର ମହତ୍ୱ ବୁଝାଉଥିବା ଏହି ପ୍ରଦର୍ଶନୀରୁ ଉଭୟ ଶିଶୁ ଓ ଯୁବ ପିଢି ଅନେକ ଶିକ୍ଷା ଲାଭ କରୁଛନ୍ତି ।ଏନବିଟି ରିଡିଂ କର୍ଣ୍ଣରନେସନାଲ ବୁକ ଟ୍ରଷ୍ଟ ଅଫ ଇଣ୍ଡିଆ ବା ଏନବିଟି ପକ୍ଷରୁ ପଢିବା ପାଇଁ ଗୋଟିଏ ଜାଗା ଚିହ୍ନିତ କରାଯାଇଛି । ଏଠାରେ ଗଙ୍ଗା, ମହାକୁମ୍ଭ, ସାମାଜିକ ଯୋଜନା ଉପରେ ବହୁ ଉପାଦେୟ ପୁସ୍ତକ ପୁସ୍ତିକା ରଖାଯାଇଛି । ଗଙ୍ଗା ନଦୀର ସାଂସ୍କୃତିକ ଓ ଐତିହାସିକ ମହତ୍ୱ ସମ୍ପର୍କରେ ଜାଣିବାକୁ ଆଗ୍ରହ ରଖିଥିବା ବ୍ୟକ୍ତିମାନଙ୍କ ପାଇଁ ଏହି କର୍ଣ୍ଣର ଉଲ୍ଲେଖନୀୟ ଭୂମିକା ନିର୍ବାହ କରୁଛି ।ଭାବାବେଗ ସୃଷ୍ଟି କରୁଛି ଗଜାନନଙ୍କ ପ୍ରତିମୂର୍ତିଇଣ୍ଡିଆନ ଇନିଷ୍ଟିଚ୍ୟୁଟ ଅଫ ଫରେଷ୍ଟ ମ୍ୟାନେଜମେଂଟ, ଗଙ୍ଗା ଟାକ୍ସ ଫୋର୍ସ, ଆଇଆଇଟି ଦିଲ୍ଲୀ ପରି ବିଭିନ୍ନ ସଂସ୍ଥା ପକ୍ଷରୁ ଗଙ୍ଗା ସଂରକ୍ଷଣ, ବିଲୁପ୍ତପ୍ରାୟ ଜୀବ, ବର୍ଜ୍ୟବସ୍ତୁ ପରିଚାଳନା ପରି ଅନେକ ପ୍ରସଙ୍ଗରେ ସୂଚନା ଦିଆଯାଉଛି । ଏପ୍ରକାର ପ୍ରଦର୍ଶନୀ ସାଧାରଣ ଜନତାଙ୍କ ଭିତରେ ସଚେତନତା ବୃଦ୍ଧି କରିପାରୁଛି । ଗଙ୍ଗାଙ୍କ ପବିତ୍ରତା ଓ ସ୍ୱଚ୍ଛତାର ବାର୍ତା ନେଇ ଏଠାରେ ବି ଏକ ବଡ ଗଣେଶ ପ୍ରତିମୂର୍ତି ସ୍ଥାନିତ କରାଯାଇଛି । ଫଳରେ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ସାଂସ୍କୃତିକ ଓ ଭାବଗତ ସମ୍ପର୍କ ଯୋଡି ହୋଇପାରୁଛି ।ପାଭିଲିୟନ ପ୍ରମୁଖ ଆକର୍ଷଣୀୟ ସ୍ଥାନଗଙ୍ଗା କେବଳ ଏକ ନଦୀ ନୁହେଁ ବରଂ ଏହା ଭାରତୀୟ ସଂସ୍କୃତି, ଇତିହାସ ଓ ଆର୍ଥିକ ଜନ ଜୀବନର ପରିଚାୟକ । ନମାମି ଗଙ୍ଗେ ଅଭିଯାନ ଦ୍ୱାରା ପ୍ରଦର୍ଶିତ ଏହି ପ୍ରଦର୍ଶନୀରୁ ପର୍ଯ୍ୟଟକମାନେ ଏକଥା ଶିକ୍ଷା ଗ୍ରହଣ କରିବା ଉଚିତ ବୋଲି କୁହାଯାଇଛି । ଗଙ୍ଗାକୁ ସଫା ରଖିବା ସହ ସଂରକ୍ଷଣ କରିବା ପ୍ରତିଟି ନାଗରିକର କର୍ତବ୍ୟ ବୋଲି କୁହାଯାଇଛି । ଏହି ପାଭିଲିୟନ କେବଳ ଗଙ୍ଗା ନଦୀର ମହତ୍ୱ ଓ ତାତ୍ପର୍ଯ୍ୟକୁ ପ୍ରତିପାଦିତ କରୁନାହିଁ ବରଂ ୨୦୨୫ ମହାକୁମ୍ଭରେ ଏକ ପ୍ରମୁଖ ଆକର୍ଷମର କେନ୍ଦ୍ରସ୍ଥଳରେ ପରିଣତ ହୋଇପାରିଛି ।