
ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ପୂର୍ବାଞ୍ଚଳ କାଉନ୍ସିଲ ବୈଠକ ଶେଷ ହୋଇଛି। ଏଥିରେ ବିଭିନ୍ନ ରାଜ୍ୟରୁ ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିଲେ। ବୈଠକ ପରେ ନବୀନ ନିବାସରେ ଭୋଜିର ଆୟୋଜନ ହୋଇଥିଲା।
ନବୀନ ନିବାସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁହେଁ ମିଶି ମଧ୍ୟାହ୍ନ ଭୋଜନ କରିଛନ୍ତି। ନବୀନ ନିବାସକୁ ଅତିଥି ହୋଇ ଆସିଥିବା ଗୃହମନ୍ତ୍ରୀଙ୍କ ପାଇଁ ଆଜି ପରସା ଯାଇଛି ଓଡ଼ିଆ ଖାଦ୍ୟ।
ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟାହ୍ନ ଭୋଜନ କରିଛନ୍ତି। ପିତ୍ତଳ ଥାଳିରେ ଏହି ୫ ନେତାଙ୍କୁ ଖାଦ୍ୟ ପରସା ଯାଇଥିଲା।
ଯେଉଁଥିରେ ମୁଖ୍ୟତଃ ଓଡ଼ିଆ ବ୍ୟଞ୍ଜନ ଥିବା କୁହାଯାଉଛି। ଥାଳିରେ ଭାତ, ଡାଲି ସହ ପନିର, ନିରାମିଷ ତରକାରୀ, ବାଇଗଣ ଭଜା, ଆଳୁ ମଟର ମସଲା, ଟମାଟୋ ଚଟନୀ ରହିଥିଲା। ମିଠାରେ ଗୁଲାପ ଜାମୁନ୍, ରସଗୋଲା, ଛେନା ପୋଡ଼, ରସ ମଲାଇ, ଦହି ବୁନ୍ଦି ସହ ପାମ୍ପଡ଼ ଥିବା କୁହାଯାଉଛି।
ସେହିଭଳି ଆମିଷରେ ଓଡ଼ିଆ ମାଛ ବେଶର ବି ପ୍ରସ୍ତୁତ କରାଯାଇଥିଲା ଭିଭିଆଇପି ଅତିଥିଙ୍କୁ ଛାଡ଼ି ଅନ୍ୟ ଶହେ ଜଣଙ୍କ ପାଇଁ ବି ନବୀନ ନିବାସରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ହୋଇଛି। ଏହାଛଡ଼ା ମୋଟ୍ ୫୦ ପ୍ରକାର ଖାଦ୍ୟ ଭୁବନେଶ୍ୱରର ଏକ ତାରକା ହୋଟେଲ୍ରୁ ଅଣାଯାଇଥିଲା। ଆମିଷ ମେନ୍ୟୁରେ ରହିଛି ଚିକେନ, ମଟନ ଓ ଚିଙ୍ଗୁଡ଼ି।