‘ଭାଷାର ସୀମା ରହିବା ଉଚିତ ନୁହେଁ’

ଭୁବନେଶ୍ୱର: ଭାଷା ଭିତ୍ତିକ ରାଜ୍ୟ ଭାବରେ ଓଡ଼ିଶା ଗଠନ ହୋଇଥିଲେ ସୁଦ୍ଧା ଆମେ କେହି ଆମ ଭାଷା ପ୍ରତି ସଚେତନ ହେଉନାହେଁ। ୧୯୪୮ର ପ୍ରସ୍ତାବ ୧୯୫୪ରେ ଭାଷା ଆଇନ ପ୍ରଣୟନ ହୋଇଥିଲେ ସୁଦ୍ଧା ୧୯୬୩ରେ ଭାଷା ଆଇନ ସଂଶୋଧନ ସମୟରେ ବିଧାନସଭାରେ ମୁ ସ୍ପଷ୍ଟ କରିଥିଲି କି ଓଡ଼ିଆ ଭାଷାର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉ ଭାଷା ଆଇନକୁ ସମସ୍ତେ ମାନଙ୍କୁ ଏପରିକି ବିଧାନସଭାର ସମସ୍ତ କାର୍ଯ୍ୟ ଓଡ଼ିଆରେ କରାଯାଉ। ଷଷ୍ଠ ରାଜ୍ୟ ପୁସ୍ତକ ମହୋତ୍ସବ ୨୦୨୪ର ଚତୁର୍ଥ ସନ୍ଧ୍ୟାରେ ଭାଷା ଆନ୍ଦୋଳନ, ଓଡ଼ିଶା ତରଫରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରାକ୍ତନ ବିଧାୟକ ପଦ୍ମଚରଣ ନାୟକ ନିଜର ବକ୍ତବ୍ୟ ରଖିଥିଲେ ।

ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରାକ୍ତନ ଅଧ୍ୟାପକ ତଥା ଭାରତ ସରକାରଙ୍କ ନିର୍ବାଚନ କମିସନଙ୍କ ପରାମର୍ଶଦାତା ଡ଼ ଭଗବାନ ପ୍ରକାଶ ୯ଗୋଟି ସୂତ୍ର ବିଷୟରେ ଆଲୋଚନା କରିଥିଲେ ଯେମିତି ଆମେ ଯଦି ଆମ ଖାଦ୍ୟ ପଦାର୍ଥରେ ଓଡ଼ିଆ ରୁଚିର ଖାଦ୍ୟ ପଦାର୍ଥ ବ୍ୟବହାର କରିବା ତେବେ ଆମେ ଓଡ଼ିଆ ଭାଷାକୁ ରକ୍ଷା କରିପାରିବା। କେବଳ ସେତିକି ନୁହେଁ କାର୍ଯ୍ୟାଳୟ, ଭାର୍ଯ୍ୟାଳୟ, ନ୍ୟାୟାଳୟ, ବିଦ୍ୟାଳୟ ଓ ବେପାରଳାୟରେ ଓଡ଼ିଆ ଭାଷାର ବ୍ୟବହାର ଉପରେ ଗୁରୁତ୍ୱ ଦେଲେ ଆମେ ଆମ ଭାଷାର ସୁରକ୍ଷା କରିପାରିବା। ଭାଷାର ସୀମା ରହିବା ଉଚିତ ନୁହେଁ। ଆମେ ଆମର ଭାଷା ଉପରେ ଗୁରୁତ୍ୱ ଦେବା ସହିତ ଯୋଗାଯୋଗ ପାଇଁ ବିଭିନ୍ନ ଭାଷା ଜାଣିବାର ଅବଶ୍ୟକରେ ମଧ୍ୟ ରହିଛି ବୋଲି ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ସାତକଡ଼ି ହୋତା ସ୍ମୃତି କମିଟିର ଅଧକ୍ଷ ଡ଼ ଅଶୋକ ମହାପାତ୍ର ତାଙ୍କର ବକ୍ତବ୍ୟ ରଖିଥିଲେ। ଭାଷା ପାଇଁ ଗଣ ଓ ଗଣମାଧ୍ୟମ ଶୀର୍ଷକ ଆଲୋଚନା ପାଇଁ ପୁସ୍ତକ ମେଳାର ସାତକଡ଼ି ହୋତା ସଭାମଞ୍ଚରେ ଭାଷା ଆନ୍ଦୋଳନ ଓଡ଼ିଶା ତରଫରୁ ଆୟୋଜିତ ଏହି ସଭାର ପ୍ରଥମ ଅଧିବେଶନରେ ମୁଖ୍ୟ ପ୍ରସଙ୍ଗ ଭାଷା ଶାସ୍ତ୍ରୀୟ, ନୃତ୍ୟ ଶାସ୍ତ୍ରୀୟ , ସଙ୍ଗୀତ ଶାସ୍ତ୍ରୀୟ କିପରି ନୁହେଁ ବୋଲି ଆଲୋଚନାରେ ସମସ୍ତ ବିଷୟ ଉପରେ ଆଲୋଚନା କରିଥିଲେ।ଆଲୋଚନାର ପ୍ରଥମ ଅଧିବେଶନର ବିଷୟବସ୍ତୁ ରହିଥିଲା, “ଭାଷା ଗରିମାମୟ, ମାଧ୍ୟମ ଦୁର୍ବଳ କାହିଁକି? ” ଆଲୋଚନାରେ ଭାଗ ନେଇଥିଲେ କବି ଓ ସାହିତ୍ୟିକା ଶୁଭଶ୍ରୀ ଲେଙ୍କା, ସ୍ତମ୍ଭକାର ଓ କଣ୍ଠଶିଳ୍ପୀ ଛନ୍ଦା ମିଶ୍ର, ଲେଖିକା ତଥା ସ୍ତମ୍ଭକାର ମୀରା ବେଉରା ଏବଂ ଅଧ୍ୟାପିକା ସଙ୍ଗୀତା ଦାସl ଓଡ଼ିଆ ଭାଷାର ବ୍ୟବହାର, ପ୍ରଚାର ଏବଂ ପ୍ରସାରକୁ ନେଇ ଗଣମାଧ୍ୟମର କଣ ଭୂମିକା ରହୁଛି, ଆମ ଓଡିଶୀ ସଙ୍ଗୀତ ଶାସ୍ତ୍ରୀୟ ମାନ୍ୟତା ପାଇବା, ଭାଷାରେ ଆଞ୍ଚଳିକ ଓ ଉପଭାଷାର ମିଶ୍ରଣର ପ୍ରଭାବ ଉପରେ ପଶ୍ନୋତ୍ତର ମାଧ୍ୟମରେ ଅଧିବେଶନକୁ ସଂଚାଳନା କରିଥିଲେ ସ୍ତମ୍ଭକାର ଶ୍ରୁତକୀର୍ତ୍ତି ତ୍ରିପାଠୀ l

ଶିକ୍ଷା ହେଉଛି ମୁଳପିଣ୍ଡ ଶିକ୍ଷା ଯଦି ସଠିକ ମାର୍ଗରେ ନଯିବ ତେବେ ଆମେ ଆମର ଭବିଷ୍ୟ ସଠିକ ଢଙ୍ଗରେ ଗଢ଼ିପାରିବା ନାହିଁ। ଦୀର୍ଘ ଦିନ ଧରି ଓଡ଼ିଆ ଭାଷା ଶିକ୍ଷକ ପାଇଁ ଆନ୍ଦୋଳନ ଚାଲିଥିଲା ଯାହାକି ଆମର ଭାଷାକୁ ପିଲାଦିନରୁ ହିଁ ରୁଦ୍ଧିମନ୍ତ କରିବ ତାହା ହେଉନଥିଲା ଏବେ କିଛି ପରିମାଣରେ ଲାଘବ ହୋଇଛି, ସରକାର ୪୯୬ ଜଣ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ଦେବେବୋଲି ବିଜ୍ଞପ୍ତି ପ୍ରକାଶ କରିଛନ୍ତି ସେଥିପାଇଁ ବର୍ତମାନ ସରକାରଙ୍କୁ ଧନ୍ୟବାଦ ବୋଲି ଶାନ୍ତିନିକେତନର ଓଡ଼ିଆ ପ୍ରଫେସର ଇନ୍ଦ୍ରମଣି ସାହୁ ପ୍ରକାଶ କରିଥିଲେ। ବିଶେଷ କରି ଦ୍ୱିତୀୟ ଅଧିବେଶନରେ ଭାଷା ଆଇନ କଥା ଆଲୋଚନା କଲାବେଳେ ଆମେ ଚିନ୍ତା କରିବା କି ଆମର ପୂର୍ବଜ ମାନେ କଣ ଭାଷା ପାଇଁ ଆଇନର ସହାୟତା ନେଉଥିଲେ, କେଉଁ ଅବହମନକାଳରୁ ଆମର ଭାଷା ପରିପୃଷ୍ଟ ।

କାହିଁ କେଉଁ କାଳରୁ ଆମ ଭାଷାର ସ୍ଥିତି ରହିଛି ଆଉ ରହିବ ମଧ୍ୟ ବୋଲି ଗଣମାଧ୍ୟମର ଧୂରିଣ ବ୍ୟକ୍ତି ବିଶେଷ ବରିଷ୍ଠ ସାମ୍ବାଦିକ ତଥା ଏନ .ଏନ .ଏସ.ର ପ୍ରତିଷ୍ଠାତା ଶ୍ରୀରାମ ଦାସ ଏବଂ ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ ନିଜର ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାଷା ଆଇନର ଆବଶ୍ୟକତା ଓ ଆଇନର ପରିଭାଷା ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ବରିଷ୍ଠ ସାମ୍ବାଦିକ ବିରୁପାକ୍ଷ ତ୍ରିପାଠୀ ଗଣମାଧ୍ୟମର ଔପଚାରିକତା ଓ ଆବଶ୍ୟକତା ଦୃଷ୍ଟିରୁ ଜନସାଧାରଣଙ୍କର ରୁଚିକୁ ନେଇ ସମ୍ବାଦ ପରିବେଷଣ କରାଯାଏ କିନ୍ତୁ ତାମାନେ ନୁହେଁ ଯେ ଆମ ଭାଷାକୁ ଆମେ ବିକୃତ କରିବା ।

Leave a Reply

Your email address will not be published. Required fields are marked *