ଭଞ୍ଜନଗର : ବେଆଇନ ମଦ ଜବତ,ଜଣେ ଗିରଫ

ବେଲଗୁଣ୍ଠା ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ପକ୍ଷରୁ ବୁଧବାର ପେଟ୍ରୋଲିଙ୍ଗ ସମୟରେ ବେଆଇନ ମଦ ବିକୁଥିବା ବେଳେ ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି।ଗିରଫ ଜଣକ କୁଲାଙ୍ଗି ଗ୍ରାମର ତ୍ରିନାଥ ନାଇକ। ଏହା ସହ ତା ନିକଟରୁ ୮୦ ଲିଟର ଦେଶି ମଦ ଜବତ କରା ଯାଇଥିବା ଥାନା ଅଧିକାରିଣୀ ଶୁଭଲଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି।ସୁଚନାନୁସାରେ, ଥାନା ଅଧିକାରିଣୀ ଙ୍କ ନିର୍ଦେଶ କ୍ରମେ ପୁଲିସ ଟିମ୍ ଥାନା ଇଲାକାରେ ପେଟ୍ରୋଲିଙ୍ଗ କରୁଥିଲେ। ଏହି ସମୟରେ ମକରାପଲ୍ଲୀ କାଜୁ ବଗିଚାରେ ବେଆଇନ ମଦ ବିକ୍ରି ହେଉଥିବା ଖବର ପାଇ ପୁଲିସ ଟିମ୍ ଚଢାଉ କରିଥିଲେ। ଏହି ସମୟରେ କୁଲାଙ୍ଗି ଗ୍ରାମର ତ୍ରିନାଥ ନାଇକ ଚାରିଟା ୨୦ ଲିଟର ବିଶିଷ୍ଟ ବ୍ୟାରେଲରେ ମଦ ରଖି ବିକୁଥିଲେ। ପରେ ପୁଲିସ ଯାଞ୍ଚ କରି ୮୦ ଲିଟର ମଦ ଜବତ ସହ ଚାରିଟି ବ୍ୟାରେଲ ଜବତ କରିଛି। ଏହି ଘଟଣାରେ ଏକ ମାମଲା ରୁଜୁ କରି ଗାଙ୍ଗପୁର ପୁଲିସ ତ୍ରିନାଥ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *