ଭଞ୍ଜନଗର : ପ୍ରଚଣ୍ଡ ଖରାକୁ ପାଣି ତାଳ ର ମଜା

ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ) : ବୈଶାଖ ମାସର ପ୍ରଚଣ୍ଡ ରୌଦ୍ର ତାପରେ ଅସ୍ତବ୍ୟସ୍ତ ଜନଜୀବନ। ଏହି ଗୁଳୁଗୁଳି ସମୟ ଦରକାର ପଡେ କିଛି ଶୀତଳ ପାନୀୟ ଯାହାର ତୃଷ୍ଣା ମେଣ୍ଟାଇବା ଆମେ ପିଉଛେ ବିଭିର୍ଣ୍ଣ ମୃଦୁ ପାନୀୟ ବା ଅପମିଶ୍ରିତ ପଣା। କିନ୍ତୁ ପ୍ରକୃତ ଶୀତଲତା ପ୍ରଦାନ କରୁଥିବା କିଛି ପ୍ରାକୃତିକ ଫଳ ମଧ୍ୟରୁ ଗ୍ରୀଷ୍ମକାଳୀନ ପାଣି ତାଳ ଏକ ସୁସ୍ୱାଦୁ ମଧୁର ଫଳ। ଯାହାକୁ ଖାଇଲେ ପ୍ରବଳ ଗରମରୁ ସାମାନ୍ୟ ଶାନ୍ତି ମିଳିଥାଏ। ଭଞ୍ଜନଗର ସହର ର ଅନେକ ସ୍ଥାନ ପ୍ରେସ କ୍ଲବ ସାମ୍ନା, ଲଣ୍ଡେଇସାହି, ବାଉଁଶଲୁଣ୍ଡି ପ୍ରଭୁତି ସ୍ଥାନରେ ଗ୍ରାମାଞ୍ଚଳ ର ଲକମାନେ ଅସ୍ଥାୟୀ କୁଡି କରି ତାଳ ବିକ୍ରି କରନ୍ତି । ସରକାରୀ କର୍ମଚାରୀ ଠାରୁ ଆରମ୍ଭ କରି ବ୍ୟବସାୟୀ ପର୍ଯ୍ୟନ୍ତ ସଭିଙ୍କ ଭିଡ ଜମିଥାଏ ଏହି ପାଣି ତାଳ ଖାଇବା ପାଇଁ। ସୁଲଭ ଦରରେ ଏହି ତାଳ ଗ୍ରାହକ କୁ ବିକ୍ରି କରିଥାନ୍ତି ଗଛ ଚଢ଼ୁଥିବା ଗ୍ରାମାଞ୍ଚଳ ର ଲୋକମାନେ। ମନ କୁ ଶାନ୍ତି ଦେବା ସହ ସ୍ୱାସ୍ଥ୍ୟ ପ୍ରତି ହିତକାରକ ଏହି ତାଳ ଓ ବଜ୍ରାଘାତ ରୁ ରକ୍ଷା କରିଥାଏ ତାଳ ଗଛ ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଥାନ୍ତି ।

Leave a Reply

Your email address will not be published. Required fields are marked *