
ଭଞ୍ଜନଗର ୧୧/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ସହର ଉପକଣ୍ଠ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରିସରରେ ବନ୍ଦ ଥିବା ଦକ୍ଷିଣ ଓଡିଶାର ପ୍ରଥମ ସରକାରୀ ୱାଟର ପାର୍କ ଲୋକଙ୍କ ପାଇଁ ଚଳିତ ମାସ ୧୬ ତାରିଖରୁ ଖୋଲା ରହିବ। ଏହି ୱାଟର୍ପାର୍କ’ରେ ଭାସମାନ ପୁଲ୍ ସହ ସ୍ଲାଇଡିଂ ପୁଲ୍, ରେନ୍ ବୋ’ଏରିଆ, ପାଣି ଖସଡା ଓ ପିଲାମାନେ ପାଣିରେ ଖେଳିବାକୁ ଆନୁଷଙ୍ଗିକ ବ୍ୟବସ୍ଥା ରହିଛି। ଏହାସହ ଏଠାରେ ପୋଷାକ ବଦଳାଇବା ପାଇଁ ସଚନ୍ତ୍ର ଗୃହ ସହ ପରିସରରେ କାଫେ ମଧ୍ୟ ରହିଛି। ଏହି ଓ୍ୱାଟର ପାର୍କର ପ୍ରବେଶ ଶୁକ୍ଳ ଦର ଅନ୍ୟ ସମସ୍ତ ୱାଟର ପାର୍କ ଠାରୁ ସର୍ବନିମ୍ନ ୨୦୦ ଟଙ୍କା ରହିଛି। ଏହି ଜଳକ୍ରୀଡା ଉଦ୍ୟାନ ଦକ୍ଷିଣ ଓଡ଼ିଶା ତଥା ଜଳ ସମ୍ପଦ ବିଭାଗ ଦ୍ଵାରା ନିର୍ମିଚ ରାଜ୍ୟର ପ୍ରଥମ ପ୍ରକଳ୍ପ ଅଟେ।
ଭଞ୍ଜନଗର ଏବଂ ଆଖପାଖ ଇଲାକାକୁ ପିଇବା ପାଣି ଯୋଗାଣ ଓ ଜଳସେଚନ ପାଇଁ ୧୮୯୪ ମସିହାରେ ରସଲକୁଣ୍ଡା ଜଳଭଣ୍ଡାର ନିର୍ମିତ ହୋଇଥିଲା। ପରେ ଏହା ଭଞ୍ଜନଗର ଜଳଭଣ୍ଡାର ଭାବେ ନୂଆ ପରିଚୟ ପାଇବା ସହ ପର୍ଯ୍ୟଟକଙ୍କ ଆକର୍ଷଣର ବିନ୍ଦୁ ପାଲଟିଥିଲା। କେରଳ ରାଜ୍ୟ ମୁଣ୍ଡୁରେ ଥିବା ଏମ୍ଆଇ ପ୍ରକଳ୍ପରେ ଏକ ପାର୍କ ଦେଖି ଭଞ୍ଜନଗର ଜଳଭଣ୍ଡାର ପାଦଦେଶରେ ଏଭଳି ଏକ ପାର୍କ ନିର୍ମାଣ ପାଇଁ ନବେ ଦଶକରେ ପରିକଳ୍ପନା ହୋଇଥିଲା। ଏଠାରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ୨୦୦୩ରେ ୩୦ ଲକ୍ଷ ଟଙ୍କା ବ୍ୟୟରେ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ନିର୍ମାଣ ଆରମ୍ଭ ହୋଇଥିଲା। କ୍ରମାଗତ ଏହାର କଳେବର ବୃଦ୍ଧି ସହ ବର୍ତ୍ତମାନ ଏହି ପାର୍କ ତଥା ଭଞ୍ଜନଗର ପର୍ଯ୍ୟଟନର ସମ୍ଭାର ପାଲଟିଛି। ଜଳସମ୍ପଦ ବିଭାଗ ଦ୍ଵାରା ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗତ ଦୁଇ ବର୍ଷ ପୁର୍ବେ ନିର୍ମିତ ଏହି ଓ୍ବାଟର ପାର୍କରେ ଭାସମାନ ପୁଲ୍, ସ୍ଲାଇଡିଂ ପୁଲ୍, ରେନ୍ ବୋ’ ଏରିଆ, ପାଣି ଖସଡ଼ା ଓ ପିଲାଙ୍କ ପାଇଁ ଖେଳିବା ସ୍ଥାନ ଏବଂ କାଫେ ସମେତ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି। ପାର୍କ ଲନ୍ରେ ବସି ମଧ୍ୟ ଲୋକେ ପ୍ରାକୃତିକ ପରିବେଶର ମଜା ନେଇପାରିବେ।ହେଲେ ଗତ ଖରା ଦିନ ପରଠୁ ଏହି ଓ୍ବାଟର ପାର୍କ ସର୍ବସାଧାରଣ ଙ୍କ ପାଇଁ ବନ୍ଦ ରହିଥିଲା।ହେଲେ ଆଗକୁ ଆହୁରି ଗ୍ରୀଷ୍ମ ପ୍ରବାହ ବଢିବା ସହ ଭଞ୍ଜନଗର ଠାକୁରାଣୀ ଯାତ୍ରା ରହିଥିବାରୁ ଜନସାଧାରଣ ଙ୍କ ପାଇଁ ଆସନ୍ତା ୧୬ ତାରିଖରୁ ଏହି ଓ୍ବାଟର ପାର୍କ ପୁଣି ଖୋଲିବ ବୋଲି ଜଳ ସଂପଦ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି। ପ୍ରତେକ ଦିନ ୨୦୦ ଜଣ ଲୋକ ୱାଟର ପାର୍କ ର ମଜା ନେଇପାରିବେ। ପ୍ରତେକ ବ୍ୟକ୍ତିଙ୍କ ପ୍ରବେଶ ପାଇଁ ୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ୱାଟର ପାର୍କ ପ୍ରତେକ ଦିନ ନିର୍ଧାରିତ ସମୟ ସକାଳ ୧୦ ଟା ଠାରୁ ଖୋଲାହୋଇ କି ଅପରାହ୍ନ ୩ ଟା ସମୟରେ ବନ୍ଦ ହେବ। ପ୍ରତେକ ସୋମବାର ଦିନ ବନ୍ଦ ରହିବ ଏହି ୱାଟର ପାର୍କ ।